ପାକିସ୍ତାନ ପହଲଗାଓଁ ଆକ୍ରମଣକୁ ନିନ୍ଦା କରିବା ଦରକାର: ଆମେରିକା

add-all

ନୂଆଦିଲ୍ଲୀ : ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ପହଲଗାଓଁ ଆକ୍ରମଣକୁ ନିନ୍ଦା କରିବା ସହିତ ପାକିସ୍ତାନ ବି ଏହାକୁ ନିନ୍ଦା କରିବା ଦରକାର ବୋଲି କହିଛନ୍ତି। ରୁବିଓ ଏହି ଘଟଣାରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ ସରିଫଙ୍କ ସହିତ ପୃଥକ ଭାବେ କଥା ହୋଇଛନ୍ତି।
ପହଲଗାଓଁ ଆକ୍ରମଣକୁ ନିନ୍ଦା କରିବା ଦରକାର ବୋଲି ସେ ଶେହଓ୍ବାଜଙ୍କୁ କହିବା ସହିତ ଆତଙ୍କବାଦ ବିରୋଧରେ ଆମେରିକା ଭାରତକୁ ସହଯୋଗ ଜାରି ରଖିବ ବୋଲି ଜୟଶଙ୍କରଙ୍କୁ ସ୍ପଷ୍ଟ କରିଛନ୍ତି। ଏହା ସହିତ ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ଉତ୍ତେଜନାକୁ ହ୍ରାସ କରିବା ଦିଗରେ ସେ ଶେହଓ୍ବାଜ ଏବଂ ଜୟଶଙ୍କରଙ୍କୁ ପରାମର୍ଶ ଦେଇଛନ୍ତି।

ad-week
Leave A Reply

Your email address will not be published.