ଭୁବନେଶ୍ବର: ଓଡ଼ିଶା ମଣ୍ଡଳର ମୁଖ୍ୟ ମହାଡାକପାଳ ନିର୍ମଳଜିତ ସିଂହ (ଆଇପିଓଏସ୍ ୧୯୯୭) ଏବଂ ଡାକ ସେବା ନିର୍ଦ୍ଦେଶକ ଅମିତ କୁମାର ଝା, (ଆଇପିଓଏସ୍ ୨୦୧୫) ଆଜି ରାଜଭବନଠାରେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ଏହି ଗସ୍ତ ସମୟରେ ଶ୍ରୀ ସିଂହ ରାଜ୍ୟପାଳଙ୍କୁ ରାଜ୍ୟର ନାଗରିକମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ଡାକସେବା ଏବଂ ଭାରତୀୟ ଡାକର ଆଗାମୀ ଆଇଟି ଆଧୁନିକୀକରଣ ପ୍ରକଳ୍ପ ବିଷୟରେ ଅବଗତ କରାଇଥିଲେ, ଯାହା ଅତ୍ୟନ୍ତ ଗ୍ରାହକ ଅନୁକୂଳ ହେବ। ଓଡ଼ିଶା ମଣ୍ଡଳମୁଖ୍ୟ ମହାଡାକପାଳ ଓଡ଼ିଶାର ରାଜ୍ୟପାଳଙ୍କୁ ଗୋଟିଏ ‘ମାଇଁ ଷ୍ଟାମ୍ପ’ ପ୍ରଦାନ କରିଥିଲେ।
