ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ ସକାଶେ ଚୟନ ହୋଇଥିବା ଶ୍ରମିକ ନେତାଙ୍କୁ ବାଦ ଦିଆଗଲା କେମିତି?

ବ୍ରହ୍ମପୁର : ଆନ୍ତର୍ଜାତୀୟ ମଇ ଦିବସ ଅବସରରେ ପ୍ରତିବର୍ଷ ୫ ଜଣ ଶ୍ରମିକ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ସଂଗଠକଙ୍କୁ ବିଜୁଶ୍ରମିକ ବନ୍ଧୁ ସମ୍ମାନ ପ୍ରଦାନ କରାଯାଇଥାଏ l ଆଜି ଅନୁଷ୍ଠିତ ହୋଇଥିବା ମଇ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଶ୍ରମ ବନ୍ଧୁ ସମ୍ମାନ ସକାଶେ ଚୟନ ହୋଇଥିବା ୫ ଜଣ ଶ୍ରମିକ ସଂଗଠକ ଙ୍କ ମଧ୍ୟରୁ ଦୁଇଜଣଙ୍କୁ ଆଶ୍ଚର୍ଯ୍ୟ ଭାବେ ବାଦ ଦେବା ଘଟଣା ସର୍ବତ ଚର୍ଚ୍ଚା ର ବିଷୟ ହୋଇଛି l ଆଜି କେବଳ INTUC, BMS,AITUC ର ବ୍ୟକ୍ତି ମାନଙ୍କୁ ସମ୍ମାନ କରାଯାଇଥିବା ବେଳେ NFITU ଓ HMS ର ଚୟନ ହୋଇଥିବା ଶ୍ରମିକ ସଂଗଠକ ଙ୍କୁ ବାଦ ଦିଆଯାଇଛି l ଆଜିର କାର୍ଯ୍ୟକ୍ରମ ସକାଶେ ୨୫ ଏପ୍ରିଲ ରେ ପତ୍ର ଦ୍ଵାରା ଆବେଦନ ମଗାଯାଇଥିଲା ଯାଇଥିଲା l 28 ଏପ୍ରିଲ ଶେଷ ତାରିଖ ଥିଲା l କେଦ୍ରୀୟ ଶ୍ରମିକ ସଂଗଠନର ଗୁଡ଼ାଏ କର୍ମକର୍ତ୍ତା ଆବେଦନ କରିଥିଲେ l ଶ୍ରମ କମିଶନର ଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମିଟି ଗଠିତ ହୋଇ ଆବେଦନ କରିଥିବା ବ୍ୟକ୍ତିଙ୍କ ସମସ୍ତ ଆବେଦନ ପତ୍ର, ଅଭିଜ୍ଞତା, ଶ୍ରମିକ ମାନଙ୍କ ସକାଶେ କାମ କରିଆସୁଥିବା ଏବଂ ସମସ୍ତ ଦିଗକୁ ଦେଖି ୫ ଜଣଙ୍କୁ ଚୟନ କରାଯାଇଥିଲା l ସେମାନଙ୍କ କାଗଜପତ୍ର ଏବଂ ଚେକ୍ ତିଆରି ସକାଶେ ରାଜ୍ୟ ଶ୍ରମ ସଂସ୍ଥା କୁ କୁହl ଗଲା l ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରୁ ଫୋନ୍ ମାଧ୍ୟମରେ ପଚରା ଗଲା କୌଣସି criminals କେସ ଅଛି କି ? ଗତକାଲି ରାତିରେ କେବଳ ତିନୋଟି କେନ୍ଦ୍ରୀୟ ଶ୍ରମସଂଘର ନେତାଙ୍କୁ ଦେବାକୁ ପତ୍ର ଗଲା l ଅନ୍ୟ ଶ୍ରମିକ ସଂଗଠନ NFITU ଓ HMS କୌଣସି ପତ୍ର ଦେଲେ ନାହିଁ l ପୂର୍ବରୁ କୌଣସି ବର୍ଷ ଏପରି ଅବ୍ୟବସ୍ଥା ହୋଇନାହିଁ ଆଜି ଯେପରି ଶ୍ରମିକ ସଂଗଠନ ର କର୍ମକର୍ତ୍ତା ଙ୍କୁ ହତାଦର କରାଗଲା l ମଇ ଦିବସରେ ସମସ୍ତ କେନ୍ଦ୍ରୀୟ ଶ୍ରମ ସଂଗଠନ କୁ ବହୁତ ଦିନ ପୂର୍ବରୁ ନିମନ୍ତ୍ରଣ ପତ୍ର ଦିଆଯାଇଥାଏ l ଆଜିର କାର୍ଯ୍ୟକ୍ରମ ସକାଶେ ନିମନ୍ତ୍ରଣ କରାଯାଇନଥିଲା l ଶ୍ରମିକ କ୍ଷେତ୍ର ଏକ ବଡକ୍ଷେତ୍ର ଅଟେ l ଓଡିଶାରେ ଏକ କୋଟିରୁ ଊର୍ଦ୍ଧ୍ବ ଅଣସଙ୍ଗଠିତ ଶ୍ରମିକ ଓ ସଂଘଟିତ ଶ୍ରମିକ ଅଛନ୍ତି l ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ଅଧିକ, ହେଲେ ସମସ୍ତ ନିର୍ମାଣ ଶ୍ରମିକମାନଙ୍କ ପଞ୍ଜୀକରଣ କରାଯାଇ ପାରି ନାହିଁ l ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ସ୍ଥାଣୁ ପାଲଟିଯାଇଛି l ଆଗରୁ ମିଳୁଥିବା ଗୁଡ଼ାଏ ସହଯୋଗ ଯୋଜନା କାର୍ଯ୍ୟକାରୀ ହେଉନାହି l ଅଣସଙ୍ଗଠିତ ଶ୍ରମିକ କଲ୍ୟାଣ ବୋର୍ଡ ବି ସେହିପରି l ନିର୍ମାଣ ଶ୍ରମିକ ବୋର୍ଡ ରେ ହଜାର ହଜାର କୋଟି ଟଙ୍କା ଅଛି l ପୂର୍ବରୁ ଏହି ବୋର୍ଡରେ ବ୍ୟାପକ ଅନିୟମିତତା ହୋଇଥିବା ସହିତ ଗୁଡ଼ାଏ ଦୁର୍ନୀତି ଅଭିଯୋଗ ରହିଛି l ବର୍ତ୍ତମାନ ର ସରକାର ଏତେ ଦିନ ଆସିଲା ପରେ ବି ତଦନ୍ତ ନ କରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର କଥା l

nis-ad
Leave A Reply

Your email address will not be published.