କେନ୍ଦ୍ରାପଡ଼ା: ଯୁବକଙ୍କୁ ଗୁଳିକରି ଦୁର୍ବୃତ୍ତ ଫେରାର । କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳରେ ଗୁଳିକାଣ୍ଡ । ଭାରିଗୋଳ ଗାଁର ଗୌତମ ମଲ୍ଲିକ ଆହତ । ତାଙ୍କର ବାମ ଜଙ୍ଘରେ ଗୁଳି ବାଜିଛି । ଗୌତମଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପରେ କଟକ ସ୍ଥାନାନ୍ତର କରାଯାଇଛି । ଗୌତମ ଏକ ବାଇକ୍ ଯୋଗେ ଯାଉଥିବା ବେଳେ ବାଲିସାହିରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ଼ କରିଥିଲେ । ଗୌତମ ତଳେ ପଡିଯିବା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ l ଘଟଣାର ଖବର ପାଇ ତଦନ୍ତ ଆରମ୍ଭ କରିଛି ପୋଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼ ହୋଇଥିଲା ସୂଚନା ।
