ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି, ୭ ତାରିଖକୁ ଘୁଞ୍ଚିଲା ଶୁଣାଣି

add-all

କଟକ: IAS ବିଷ୍ଣୁପଦ ସେଠୀଙ୍କୁ ଆଶ୍ବସ୍ତି । ବିଷ୍ଣୁପଦ ଓ ତାଙ୍କ ପରିବାରର ଅନ୍ତରୀଣ ସୁରକ୍ଷା ବଢ଼ିଲା। ଅନ୍ତରୀଣ ଆଦେଶ ବଳବତ୍ତର ରଖିଲେ ହାଇକୋର୍ଟ। କେସ୍‌ ଡାଏରୀ ଦାଖଲ କରିବାକୁ ନିର୍ଦ୍ଦେଶ। ଭର୍ଚୁଆଲରେ ହାଜର ହେବେ ତଦନ୍ତ ଅଧିକାରୀ। ଆସନ୍ତା ୭ ତାରିଖକୁ ଘୁଞ୍ଚିଲା ଶୁଣାଣି। କଠୋର ପଦକ୍ଷେପ ନନେବା ଲାଗି ରହିଛି ଅନ୍ତରୀଣ ନିର୍ଦ୍ଦେଶ। ଗିରଫଦାରୀ ଏଡ଼ାଇବାକୁ ହାଇକୋର୍ଟ ଯାଇଥିଲେ ବିଷ୍ଣୁପଦ। 

ସୂଚନାଯୋଗ୍ୟ ଯେ, ବ୍ରିଜ୍‌‌ ଆଣ୍ଡ ରୁଫ୍‌‌ କର୍ପୋରେସନ‌ ଲିମିଟେଡ୍‌‌ ପାଇଁ ଏକ ବିଲ୍‌ ପାସ୍‌ କରିବାକୁ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ନେଇ ସିବିଆଇ ପକ୍ଷରୁ ମାମଲା ହୋଇଥିଲା। ସିବିଆଇ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ଚଢ଼ଉ ମଧ୍ୟ କରିଥିଲା । FIRରେ ନାଁ ନଥିଲେ ମଧ୍ୟ ସିବିଆଇର ଏପରି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଷ୍ଣୁପଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସିବିଆଇର ବେଆଇନ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇବା ପାଇଁ ପ୍ରାର୍ଥନା କରିଥିଲେ ।

ତେବେ ଗତ ଫେବ୍ରୁଆରୀ ମାସରେ ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେସନ ଲିମିଟେଡ୍‌ ଲାଞ୍ଚ ମାମଲାରେ ସିବିଆଇ ପକ୍ଷରୁ ବିଷ୍ଣୁପଦ ସେଠୀଙ୍କ ଘରେ ଚଢ଼ଉ କରାଯାଇଥିଲା। ସିବିଆଇର ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ ବିଷ୍ଣୁପଦ ସେଠୀ । ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରେ ବିଚାରପତି ଏସ‌.କେ. ପାଣିଗ୍ରାହୀ ମାମଲାର ଶୁଣାଣି କରିଥିଲେ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବିଷ୍ଣୁପଦଙ୍କ ବିରୋଧରେ ସିବିଆଇ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ପୂର୍ବରୁ ଅନ୍ତରୀଣ ସୁରକ୍ଷା ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ତେବେ ଏହି ଅନ୍ତରୀଣ ସୁରକ୍ଷା ଆସନ୍ତା ମେ’ ୬ ତାରିଖ ଯାଏ ଅନ୍ତରୀଣ ସୁରକ୍ଷା ବୃଦ୍ଧି ହୋଇଛି ।

ad-week
Leave A Reply

Your email address will not be published.