ଗୁଗଲ୍‌ରେ ପାକିସ୍ତାନୀ ସର୍ଚ୍ଚ କରୁଛନ୍ତି ସୋଫିଆଙ୍କ ଧର୍ମ କ’ଣ !

add-all

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ପାକିସ୍ତାନ ଓ ପାକ୍‌ ଅଧିକୃତ ଜମ୍ମୁ କାଶ୍ମୀରରେ ଏୟାର ଷ୍ଟ୍ରାଇକ୍‌ କରିଛି । ଏହି ବଡ ପଦକ୍ଷେପ ନିଆଯିବା ପରେ ଭାରତୀୟ ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଭାରତୀୟ ସେନା ଦ୍ୱାରା ଅପରେସନ ସିନ୍ଦୂର ସମ୍ପର୍କରେ ଦିଆଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଦୁଇଜଣ ମହିଳା ଅଧିକାରୀ ମଧ୍ୟ ସାମିଲ ରହିଛନ୍ତି। ସେମାନେ ହେଲେ ସୋଫିଆ କୁରେଶୀ ଏବଂ ବ୍ୟୋମିକା ସିଂହ। ସୋଫିଆ କୁରେଶୀ ଭାରତୀୟ ସେନାରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଓ ବ୍ୟୋମିକା ସିଂହ ଭାରତୀୟ ବାୟୁସେନାରେ ଜଣେ ୱିଙ୍ଗ କମାଣ୍ଡର।
ସୋଫିଆ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ଓ ଗାରିମା ସହ ‘ଅପରେସନ୍‌ ସିନ୍ଦୂର’ ବିଷୟରେ ବିସ୍ତୃତ ଭାବେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ ପରେ ସାରା ଦେଶରେ ତାଙ୍କର ସାହସିକତାର ଜୟଗାନ କରାଯାଉଛି । ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଚର୍ଚ୍ଚା ଖୁବ୍‌ କରାଯାଉଛି ।
ଅପରେସନ୍‌ ସିନ୍ଦୂର ପରେ ପାକିସ୍ତାନ ଲୋକେ ଏବେ ସୋଫିଆ କୁରେଶୀ, ଅପରେସନ୍‌ ସିନ୍ଦୂର ଓ ଭାରତ-ପାକିସ୍ତାନ ଯୁଦ୍ଧ ବିଷୟରେ ଜାଣିବାକୁ ଅଧିକ ଆଗ୍ରହୀ ଥିବା ଜଣାପଡିଛି ।
ପାକିସ୍ତାନୀ ଗୁଗଲରେ ସୋଫିଆ କୁରେଶୀଙ୍କ ବିଷୟରେ ସର୍ଚ୍ଚ କରୁଛନ୍ତି। ପାକିସ୍ତାନରେ ଗୁଗଲ ଟ୍ରେଣ୍ଡରୁ ସାମ୍ନାକୁ ଆସିଛି ଯେ ଲୋକେ ସୋଫିଆ କୁରେଶୀ, ସୋଫିଆ କୁରେଶୀ ରିଲିଜିଅନ୍‌, ସୋଫିଆ କୁରେଶୀ ଇଣ୍ଡିଆନ୍‌ ଆର୍ମି ଆଦି କି ୱାଡ୍‌ସ୍‌କୁ ଅଧିକ ସର୍ଚ୍ଚ କରୁଛନ୍ତି।
ପାକିସ୍ତାନୀ ଆହୁରି ମଧ୍ୟ ଗୁଗଲରେ ଅପରେସନ୍‌ ସିନ୍ଦୂର, ଇଣ୍ଡିଆ ଅପରେସନ୍‌ ସିନ୍ଦୂର, ସିନ୍ଦୂର ଆଟାକ୍‌, ଆଦି ସର୍ଚ୍ଚ କରୁଛନ୍ତି। ସିନ୍ଦୂରର ଅର୍ଥ ଜାଣିବା ପାଇଁ ମଧ୍ୟ ଗୁଗଲର ସାହାଯ୍ୟ ନେଉଛନ୍ତି । ଅପରେସନ୍‌ ସିନ୍ଦୂର ବ୍ୟତୀତ ପାକିସ୍ତାନୀ ଭାରତ ବିଷୟରେ ମଧ୍ୟ ଲଗାତାର ସର୍ଚ୍ଚ କରୁଛନ୍ତି।

ad-week
Leave A Reply

Your email address will not be published.