ଗୋରୁ ବୋଝେଇ ଟ୍ରକ୍‌ ଜବତ: ୪୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର

add-all

ଭୁବନେଶ୍ୱର: ଥମୁନି ଗୋରୁ ଚାଲାଣ। ରାଜ୍ୟରୁ ପୁଣି ୪୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ପଶ୍ଚିମବଙ୍ଗ କରାଯାଉଥିଲା ଚାଲାଣ। ଭୋଗରାଇ ଖେଡ଼ସାହିରୁ ଗୋରୁ ବୋଝେଇ ଟ୍ରକ୍‌ ଜବତ କଲା ପୋଲିସ। ଧରାପଡିବା ପରେ ଗାଡ଼ି ଛାଡ଼ି ଫେରାର ହେଲା ଡ୍ରାଇଭର। ଭୋଗରାଇ ଥାନାରେ ସମସ୍ତ ଗୋରୁଙ୍କୁ ରଖି ଘଟଣାର ତଦନ୍ତ କରୁଛି ପୋଲିସ।

ସୂଚନା ମୁତାବକ, ସବୁଦିନ ଭଳି ପୋଲିସ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଏକ ଟ୍ରକ୍‌ ୪୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ନେଇ ପଶ୍ଚିମବଙ୍ଗ ଯାଉଥିଲା। ଏହା ଦେଖି ଗାଡ଼ିଟିକୁ ଜବତ କରିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା।

ଉକ୍ତ ଟ୍ରକ୍‌ରେ ଥିବା ସମସ୍ତ ଗୋରୁଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପରେ ଭୋଗରାଇ ଥାନାରେ ରଖା ଯାଇଛି। ଏହା ସହିତ ଘଟଣାର ତଦନ୍ତ ଚଳାଇଛି ପୋଲିସ।

ad-week
Leave A Reply

Your email address will not be published.