
ଭୁବନେଶ୍ୱର : ଅସମ୍ଭାଳ ତାତି । ପ୍ରଚଣ୍ଡ ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି । ଆଜି ଦିନ ସାଢେ ଦୁଇଟା ସୁଦ୍ଧା ୪୩ ଡିଗ୍ରୀ ଛୁଇଁଲା ସମ୍ବଲପୁର । ରାଜଧାନୀ ଭୁବନେଶ୍ବରର ତାପମାତ୍ରା ରହିଛି ୪୦ .୪ ଡିଗ୍ରୀ ସେଲସିୟସ । ୪୦ ଡିଗ୍ରୀ ଉପରେ ରହିଛି ୪ ସହର । ୧୫ ତାରିଖ ଯାଏ ଜଳିବ ଓଡ଼ିଶା ।
ଆଗାମୀ ୩ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ ବୋଲି କହିଛି ପାଣିପାଗ ବିଭାଗ । କାଲି ୧୩ ଜିଲ୍ଲାରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ହେବ । ସେହିପରି ୧୩ ତାରିଖରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ପାଇଁ ୧୯ ଜିଲ୍ଲାକୁ ଆଲର୍ଟ ହୋଇଛି ।
ତା ମଧ୍ୟରୁ ୯ ଜିଲ୍ଲାର କିଛି ସ୍ଥାନରେ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି । ୧୫ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଆଶଙ୍କା ରହିଛି ।