ଜାଲ୍‌ ନୋଟ୍‌ କାରବାରର ମାଷ୍ଟରମାଇଣ୍ଡ ଗିରଫ

add-all

ଭଦ୍ରକ : ଜାଲ୍‌ ନୋଟ୍‌ କାରବାର ଅଭିଯୋଗରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଶନିବାର ଜଣଙ୍କୁ ଗିରଫ କରିଥିବା ବେଳେ ରବିବାର ରାତିରେ ଏହି ରାକେଟର ମାଷ୍ଟର ମାଇଣ୍ଡକୁ ଯାଜପୁର ଜିଲା ଦଶରଥପୁର ଥାନା ଛଞ୍ଚିଣା ଗ୍ରାମରୁ ତାଙ୍କ ଘରୁ ଗିରଫ କରିଛି l ଗ୍ରାମାଞ୍ଚଳ ଥାନା ଆନନ୍ଦବଜାରର ଏକ ଷ୍ଟେସନାରୀ ଦୋକାନରେ ଜଣେ ଯୁବକ ଶନିବାର ସାମଗ୍ରୀ କିଣି ଏକ ୨୦୦ ଟଙ୍କା ନୋଟ ଦେଇଥିଲେ l ଉକ୍ତ ନୋଟ୍‌ ଜାଲ ଥିବା ଜାଣିପାରି ପାଖ ଦୋକାନୀଙ୍କ ସହାୟତାରେ ଉକ୍ତ ଯୁବକଙ୍କୁ କାବୁ କରି ପୋଲିସକୁ ଦେଇଥିଲେ l
ଉକ୍ତ ଯୁବକ ହେଉଛନ୍ତି ଅର୍ଣ୍ଣପାଳ ଗ୍ରାମର ସୁଶାନ୍ତ ସାହୁ। ତାଙ୍କ ଜମାନ ବନ୍ଦୀ ଅନୁସାରେ ପୋଲିସ ରବିବାର ରାତିରେ ଦଶରଥପୁର ଗ୍ରାମରୁ ମାଷ୍ଟରମାଇଣ୍ଡ ଚନ୍ଦ୍ରମଣି ବଳକୁ ଗିରଫ କରିଥିବା ଖବରଦାତା ସମ୍ମିଳନୀରେ ସୋମବାର ସୂଚନା ଦେଇଛି ପୋଲିସ l ଚନ୍ଦ୍ରମଣିଙ୍କ ଘରୁ ୨ ଲକ୍ଷ ୭୨ ହଜାର ୮୦୦ ଟଙ୍କା ଜାଲ ନୋଟ ଜବତ କରାଯାଇଛି ବୋଲି ସମ୍ମିଳନୀରେ ସୂଚନା ଦେଇଛନ୍ତି ସଦର ଏସ୍‌ଡିପିଓ ବିଚିତ୍ରାନନ୍ଦ ସେଠୀ। ଚନ୍ଦ୍ରମଣି ନାମରେ ପୂର୍ବରୁ ବହୁ ମାମଲା ରହିଥିବା ବେଳେ ଯାଜପୁର ଟାଉନ ଥାନା, ଆନ୍ଧ୍ରପ୍ରଦେଶ ବିଜୟଓ୍ବାଡା ପୋଲିସ, କାଳିଆପାଣି ପୋଲିସ ଗିରଫ କରିଥିଲା l ନୀଳଗିରି ଥାନାରେ ଏକ ମାମଲାରେ ଓ୍ବାରେଣ୍ଟ ମଧ୍ୟ ରହିଛି l ପୁରୁଣାବଜାର ଥାନାରେ ଆୟୋଜିତ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ସମ୍ବିତ ମାଝୀ, ଗ୍ରାମାଞ୍ଚଳ ଥାନା ସବ ଇନ୍ସପେକ୍ଟର ମୋନାଲିସା ପ୍ରଧାନ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.