ପ୍ରବେଶ ପାଇଁ ଅନୁମତି ଦେଉ ନଥିଲା ପ୍ରଶାସନ; ପଛପାର୍ଶ୍ବ ଦ୍ବାର ଦେଇ ଭିତରକୁ ପ୍ରବେଶ କରିଛି: ରାହୁଲ ଗାନ୍ଧି

add-all

ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ବିହାରର ଦରଭଙ୍ଗାରେ ପହଞ୍ଚିଥିଲେ।
ଦରଭଙ୍ଗାଗସ୍ତ କରି ରାହୁଲ ଆମ୍ବେଦକର ହଷ୍ଟେଲରେ ଏକ କାର୍ଯ୍ୟକ୍ରମରେ ଛାତ୍ରମାନଙ୍କୁ ସମ୍ବୋଧିତ କରିବାକୁ ଚାହିଁଥିଲେ କିନ୍ତୁ ପ୍ରଶାସନ ତାଙ୍କୁ ଅନୁମତି ଦେଇ ନଥିଲେ। ରାହୁଲ ପ୍ରଶାସନଙ୍କ ଅନୁମତି ବିନା ହଷ୍ଟେଲ ଭିତରକୁ ପ୍ରବେଶ କରିଥିବାର ଘଟଣା ସାମ୍ନାକୁ ଆସିଛି।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିନା ଅନୁମତିରେ ଆମ୍ବେଦକର ହଷ୍ଟେଲରେ ପହଞ୍ଚି କହିଥିଲେ, ‘ ଆମେ ସଂସଦରେ ନରେନ୍ଦ୍ର ମୋଦୀଙ୍କୁ କହିଥିଲୁ ଯେ ଜାତିଗତ ଜନଗଣନା କରିବାକୁ ପଡିବ। ଆମେ କହିଥିଲୁ ଯେ ସମ୍ବିଧାନକୁ ନିଜ କପାଳରେ ପିନ୍ଧିବାକୁ ପଡିବ। ଏହାପରେ ନରେନ୍ଦ୍ର ମୋଦୀ ଭୟଭୀତ ହୋଇ ଜାତି ଜନଗଣନା କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ସେମାନେ ଗଣତନ୍ତ୍ରର ବିରୋଧୀ, ସମ୍ବିଧାନ ବିରୋଧୀ, ଜାତିଗତ ଜନଗଣନା ବିରୋଧୀ ଅଟନ୍ତି। ଏହା ହେଉଛି ଅଦାନୀ-ଅମ୍ବାନୀଙ୍କ ସରକାର। ଏହା ତୁମର ସରକାର ନୁହେଁ।’
ଏଠାକୁ ଆସିବାକୁ ପ୍ରଶାସନ ମୋତେ ଅଟକାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ମୁଁ ପଛପାର୍ଶ୍ବ ଦ୍ୱାର ଦେଇ ଏଠାକୁ ଚାଲି ଆସିଛି।। ଏହି ଦେଶରେ ଦଳିତ, ପଛୁଆ ବର୍ଗ, ଆଦିବାସୀ ବର୍ଗ, ସାଧାରଣଲୋକଙ୍କ ଉପରେ ୨୪ ଘଣ୍ଟା ଅତ୍ୟାଚାର ଚାଲିଛି। ଲୋକେ ଚାପରେ ଅଛନ୍ତି। ଶିକ୍ଷା ବ୍ୟବସ୍ଥା ମଧ୍ୟ ଅଟକି ଯାଇଛି।’

ad-week
Leave A Reply

Your email address will not be published.