ଅରୁଣଭା ଘୋଷ ସିଓପି-୩୦ର ଦକ୍ଷିଣ ଏସିଆ ପ୍ରତିନିଧି ନିଯୁକ୍ତ

add-all

ନୂଆଦିଲ୍ଲୀ : ଏସିଅର ଅଗ୍ରଣୀ ଥିଙ୍କ ଟ୍ୟାଙ୍କ୍‌ କାଉନସିଲ ଅନ୍‌ ଏନର୍ଜୀ, ଏନଭାଇରନମେଣ୍ଟ ଆଣ୍ଡ ଓ୍ବାଟର(ସିଇଇଡବ୍ଲ୍ୟୁ)ର ସିଇଓ ଡ. ଅରୁଣଭା ଘୋଷ ସିଓପି-୩୦(କୋଅପରେସନ ଅଫ୍‌ ପାର୍ଟିଜ)ର ଦକ୍ଷିଣ ଏସିଆ ପ୍ରତିନିଧି ଭାବେ ନିଯୁକ୍ତ ହୋଇଛନ୍ତି। ସିଓପି-୩୦ ଆସନ୍ତା ନଭେମ୍ବରରେ ବ୍ରାସିଲଠାରେ ଅନୁଷ୍ଠିତ ହେବ।
ଏଥିରେ ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡମ, ମେକ୍ସିକୋର ପୂର୍ବତନ ବୈଦେଶିକ ବ୍ୟାପାର ସଚିବ ପାଟ୍ରିସିଆ ଏସପିନୋସା, ଫ୍ରାନ୍ସର ଜଳବାୟୁ ପରିବର୍ତ୍ତନ ଆମ୍ବାସାଡର ଲରେନ୍ସ ତୁବିଆନା, ସିଓପି-୨୮ ୟୁଏଇର ପ୍ରଥମ ମହାନିର୍ଦେଶକ ଆଦନାନ ଆମିନ ପ୍ରମୁଖ ପ୍ରତିନିଧି ଭାବେ ଯୋଗଦେବେ।
ଏହି ନିଯୁକ୍ତି ଉପରେ ପ୍ରତିକ୍ରିୟା ଦେଇ ଡକ୍ଟର ଘୋଷ କହିଛନ୍ତି, ଭୂରାଜନୀତି ଏବଂ ପରିବର୍ତ୍ତନଶୀଳ ପ୍ରଯୁକ୍ତିବିଦ୍ୟା ଯୋଗୁ ବିଶ୍ୱସ୍ତରରେ ଜଳବାୟୁ ବିଭ୍ରାଟ ଦେଖାଦେଉଛି। ବୃଦ୍ଧି ପାଉଥିବା ଋଣର ବୋଝ, ବିନାଶକାରୀ ବିପର୍ଯ୍ୟୟ ବିକାଶର ପ୍ରଗତିକୁ ମନ୍ଥର କରୁଛି। ସିଓପି-୩୦ରେ ଆମ ପାଖରେ ସମସ୍ତ ସମସ୍ୟାର ସମାଧାନ ଲାଗି ସୁଯୋଗ ରହିଛି। ଲକ୍ଷ୍ୟ ସ୍ଥିର କରିବାଠାରୁ ଆରମ୍ଭ କରି ତାହାର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପର୍ଯ୍ୟନ୍ତ ବିଭିନ୍ନ ପନ୍ଥା ଆପଣାଇବା ଲାଗି ଆମ ନିକଟରେ ସୁଯୋଗ ରହିଛି। ସବୁଜ ଶିଳ୍ପ ଏବଂ ବିବିଧ ଯୋଗାଣ ଶୃଙ୍ଖଳକୁ ପ୍ରୋତ୍ସାହିତ କରିବାକୁ ପଡିବ। ଆର୍ଥିକ ବ୍ୟବସ୍ଥାକୁ ସ୍ଥାୟୀ କରିବାକୁ ପଡିବ ଏବଂ ଚାକିରି, ଅଭିବୃଦ୍ଧି ଏବଂ ସ୍ଥିରତା ପାଇଁ ବିଭିନ୍ନ ପଥକୁ ସକ୍ଷମ କରିବାକୁ ପଡିବ ବୋଲି ଘୋଷ କହିଛନ୍ତି।

ad-week
Leave A Reply

Your email address will not be published.