ବ୍ଲାକଆଉଟ୍‌ ସମୟରେ ପାକ୍‌ ଦୂତାବାସ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ ଜ୍ୟୋତି

add-all

ନୂଆଦିଲ୍ଲୀ : ପାକିସ୍ତାନ ପାଇଁ ଗୁପ୍ତଚରି କରିବା ଅଭିଯୋଗରେ ଗିରଫ ହୋଇଥିବା ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଅପରେସନ ‘ସିନ୍ଦୂର’ରେ ବ୍ଲାକଆଉଟ୍ ସମୟରେ ପାକ୍‌ ଦୂତାବାସ ଅଧିକାରୀଙ୍କ ଯୋଗାଯୋଗରେ ରହିଥିଲେ। ଏପରି କି ଅପରେସନ ସିନ୍ଦୂରର ଦିନକ ପୂର୍ବରୁ ଅର୍ଥାତ ମେ ୬ରେ ବି ସେ ନୂଆଦିଲ୍ଲୀ ଯାଇ ସେଠାରେ ଅବସ୍ଥିତ ପାକ୍ ଦୂତାବାସ ଅଧିକାରୀ ଦାନିଶଙ୍କୁ ଭେଟିଥିଲେ। ଏହା ସହିତ ଅପରେସନ ଚାଲିବାର କିଛି ଦିନ ପର୍ଯ୍ୟନ୍ତ ସେ ଅନ୍ୟ ଅଧିକାରୀମାନଙ୍କ ସହିତ ବି ଯୋଗାଯୋଗରେ ରହିଥିଲେ।
ମେ ୧୩ ତାରିଖରୁ ବର୍ତ୍ତମାନ ସୁଦ୍ଧା ହରିୟାଣା ପୁଲିସ ଜ୍ୟୋତିଙ୍କ ସମେତ ପାନିପତରେ ସୁରକ୍ଷାକର୍ମୀ ଭାବେ ନିୟୋଜିତ ଉତ୍ତରପ୍ରଦେଶର ନଉମାନ ଇଲାହୀ, କଇଥାଲ ଅଞ୍ଚଳର ଦେବେନ୍ଦର ସିଂହ ଧିଲନ ଏବଂ ନୁହର ରାଜକା ଗ୍ରାମର ଅରମାନଙ୍କୁ ଗିରଫ କରିଥିଲା। ଏମାନେ ସମସ୍ତେ ପାକିସ୍ତାନ ପାଇଁ ଗୁପ୍ତଚର କାମରେ ଲିପ୍ତ ରହିଥିଲେ।

ad-week
Leave A Reply

Your email address will not be published.