ନୂଆଦିଲ୍ଲୀ: ବେଶ କିଛିବର୍ଷ ବନ୍ଦ ରହିବା ପରେ ଏବର୍ଷ ପୁଣି ଥରେ ଆରମ୍ଭ ହେଉଛି ପ୍ରସିଦ୍ଧ କୈଳାଶ ମାନସରୋବର ଯାତ୍ରା । ଏଥର ଭାରତରୁ ୭୫୦ ଜଣ ତୀର୍ଥଯାତ୍ରୀଙ୍କୁ ଏହି ଯାତ୍ରା ପାଇଁ ଚୟନ କରାଯାଇଛି ।
୨୦୨୦ରେ କୋଭିଡ ମହାମାରୀ ଏବଂ ସେବର୍ଷ ଜୁନ ମାସରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ କୈଳାଶ ମାନସରୋବର ଯାତ୍ରା ବନ୍ଦ ଥିଲା । ଏବର୍ଷ ପ୍ରାୟ ୫ ବର୍ଷର ବ୍ୟବଧାନ ପରେ ପୁଣି ଆରମ୍ଭ ହେଉଛି ଏହି ଯାତ୍ରା । ଏବର୍ଷ ତୀର୍ଥଯାତ୍ରା ଜୁନରୁ ଆରମ୍ଭ ହୋଇ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ ବୋଲି ବୈଦେଶକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ସନାତନ ହିନ୍ଦୁ ଧର୍ମରେ କୈଳାଶ ମାନସରୋବରର ବିଶେଷ ମହତ୍ତ୍ବ ରହିଛି । ଏହା ଦେବ ଦେବ ମହାଦେବଙ୍କ ଆବାସ ବୋଲି ହିନ୍ଦୁମାନଙ୍କ ମଧ୍ୟରେ ବିଶ୍ବାସ ରହିଛି। ଶାସ୍ତ୍ରରେ ଏହାକୁ ମେରୁ ପର୍ବତ ଭାବେ ବର୍ଣ୍ଣନା କରାଯାଇଛି । ସେହିପରି ସନାତନ ଧର୍ମରେ ମାନସରୋବରର ବି ବିଶେଷ ମହତ୍ତ୍ବ ରହିଛି । ଏହା ବ୍ରହ୍ମାଙ୍କ ମାନସ (କଳ୍ପନା)ରୁ ସୃଷ୍ଟ ବୋଲି ଏହାର ନାଁ ମାନସରୋବର । ପୁଣି ଏହା ସିନ୍ଧୁ,ସତଲେଜ, ବ୍ରହ୍ମପୁତ୍ର ପରି ନଦୀର ଆରମ୍ଭ ସ୍ଥାନ । କେବଳ ହିନ୍ଦୁଧର୍ମ ନୁହେଁ, ବୌଦ୍ଧ ଧର୍ମ, ଜୈନ ଧର୍ମ ଓ ଚୀନର ପାରମ୍ପରିକ ବନ୍ ଧର୍ମରେ କୈଳାଶ ମାନସରୋବରର ବିଷେଷ ମହତ୍ତ୍ବ ରହିଛି ।