କଟକ ଚୌଦ୍ବାର ଜେଲରେ ବିଚାରାଧୀନ କଏଦୀର ଆତ୍ମହତ୍ୟା

youtube

କଟକ: କଟକ ଚୌଦ୍ଵାର ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ଜେଲ ପରିସରରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ କଏଦୀ ଜଣକଙ୍କ ପରିଚୟ ହେଉଛି ଟାଙ୍ଗୀ ଜରିପଡ଼ାର ବିଷ୍ଣୁପ୍ରସାଦ ସ୍ବାଇଁ । ସେ ହତ୍ୟା ମାମଲାରେ ଜେଲରେ ଥିଲେ ବୋଲି ସୂଚନା ରହିଛି ।

ସୂଚନାନୁଯାୟୀ, ଶନିବାର ଅପରାହ୍ନ ସମୟରେ ବିଷ୍ଣୁ ୱାର୍ଡରେ ନଥିବା ୱାର୍ଡର ଜାଣିବାକୁ ପାଇଥିଲେ l ଏହାପରେ ୱାର୍ଡର ଜଣଙ୍କ ଜେଲ ଅଧିକ୍ଷକଙ୍କୁ ଜଣାଇଥିଲେ । ଏହା ପରେ କର୍ମଚାରୀମାନେ କଏଦୀ ଜଣଙ୍କୁ ଖୋଜାଖୋଜି କରିଥିଲେ l ଏହି ସମୟରେ ଏକ ଗଛରେ ଗାମୁଛାରେ ଝୁଲୁଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା ।

ଏହାପରେ ତୁରନ୍ତ ତାଙ୍କୁ କଟକ ବଡ଼ ମେଡିକାଲ ନିଆଯାଇଥିଲା l ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କଏଦୀ ଜଣକ କାହିଁକି ଏପରି ପଦକ୍ଷେପ ନେଲେ ଏହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ କରୁଥିବା ଜେଲର ଭିବେନ୍ଦୁ ଭୂୟାଁ ସୂଚନା ଦେଇଛନ୍ତି।

କଏଦୀ ବିଷ୍ଣୁ ତାଙ୍କ ମା’ଙ୍କ ଦଶାହ କାମ ପାଇଁ ଜେଲରୁ ଘରକୁ ଯାଇଥିଲେ । ଦଶାହ ସାରି ୧୧ ତାରିଖରେ ଜେଲକୁ ଫେରିଥିଲେ । ତେବେ ସବୁ ଠିକ୍ ଠାକ୍ ଥିବାବେଳେ ସେ ଏପରି କାହିଁକି କଲେ ସେନେଇ ଜେଲ୍ ରେ ତାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।

Leave A Reply

Your email address will not be published.