ସନ୍ଧ୍ୟା ୫ଟା୩୦ ପୂର୍ବରୁ ଅଫିସ ଛାଡିପାରିବେନି ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀ

add-all

ଭୁବନେଶ୍ବର: ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ଜାରି ହେଲା ନୂଆ ନିର୍ଦ୍ଦେଶନାମା । ସାଢ଼େ ୫ଟା ପୂର୍ବରୁ ଅଫିସ ଛାଡ଼ିପାରିବେ ନାହିଁ କର୍ମଚାରୀ । ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀମାନେ ସକାଳ ୧୦ଟା ସମୟରେ ଅଫିସ ଆସିବେ ଆଉ ସନ୍ଧ୍ୟା ୫ଟା ୩୦ ପୂର୍ବରୁ ଅଫିସ ଛାଡ଼ି ପାରିବେନାହିଁ ।

କର୍ମଚାରୀ ସର୍ବନିମ୍ନ ସାଢେ ୭ ଘଣ୍ଟା ଅଫିସରେ ରହିବାକୁ ବାଧ୍ୟ । ବାୟୋ-ମେଟ୍ରିକ୍ ଜରିଆରେ କର୍ମଚାରୀ ଅଫିସ ପ୍ରବେଶ ଓ ପ୍ରସ୍ଥାନ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।ଏବଂ ଅଫିସ ଛାଡିବା ପରେ କର୍ମଚାରୀ ମାନେ ପଞ୍ଚ ‘ଆଉଟ୍‌’ ଦେବେ । ଯଦି କେହି ଏପରି ନକରନ୍ତି ତେବେ, ତାଙ୍କର ସେଦିନ ଆବସେଣ୍ଟ ପଡ଼ିବ । ସେହିପରି ଦିନ ୧୧ଟା ପରେ ଅଫିସକୁ ଆସିଲେ ସେଦିନଟି ଅନୁପସ୍ଥିତ ବୋଲି ଧରାଯିବ । ଯଦି କୌଣସି ଅଫିସ୍ କାମରେ ବାହାରକୁ ଯାଉଥିବେ, ତେବେ ସେଥିରେ ବ୍ୟତିକ୍ରମ ରହିପାରିବ ।

ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି, ଅନିୟମିତ ଉପସ୍ଥାନ ଏବଂ ଶୀଘ୍ର ପ୍ରସ୍ଥାନ ସମ୍ପର୍କରେ ଅଭିଯୋଗଗୁଡ଼ିକର ସମାଧାନ କରିବା, ଗ୍ରାମୀଣ ଭିତ୍ତିଭୂମି, ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମର ସ୍ୱଚ୍ଛତା, ଶୃଙ୍ଖଳା, ତୃଣମୂଳ ସ୍ତରରେ ଦକ୍ଷତା ଏବଂ ସେବା ପ୍ରଦାନକୁ ବୃଦ୍ଧି କରିବା ଏବଂ ଦକ୍ଷ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ।

ad-week
Leave A Reply

Your email address will not be published.