ଦୁଇଥର ଅସ୍ତ୍ରବିରତି ପାଇଁ ଭାରତ ସହ ସମ୍ପର୍କ କରିଥିଲା ପାକିସ୍ତାନ

add-all

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୂର ଜରିଆରେ ଆତଙ୍କବାଦୀଙ୍କ ଉପରେ ଶକ୍ତିଶାଳୀ ଆକ୍ରମଣ କରି ପ୍ରତିଶୋଧ ନେଇଥିଲା। ଏହି ଆକ୍ରମଣ ପରେ ପାକିସ୍ତାନ କ୍ରମାଗତ ଭାବେ ଅସ୍ତ୍ରବିରତି ଉଲ୍ଲଘଂନ କରି ଚାଲିଥିଲା। ଏହାର ବି କଡ଼ା ଜବାବ ଦେଇଥିଲା ଭାରତ।

ଏହାପରେ ଭାରତ-ପାକିସ୍ତାନ ମଧ୍ୟରେ ଅନିର୍ଦ୍ଦିଷ୍ଟକାଳ ଯାଏ ଅସ୍ତ୍ରବିରତି ଜାରି ରହିବା ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଥିଲା। ସମ୍ପ୍ରତି ଅସ୍ତ୍ରବିରତିକୁ ନେଇ ଏକ ନୂଆ ସୂଚନା ସାମ୍ନାକୁ ଆସିଛି।

ବିଶେଷ ସୂତ୍ରରୁ ଖବର ମିଳିଛି, ଅସ୍ତ୍ରବିରତି ପାଇଁ ପାକିସ୍ତାନ ଭାରତକୁ ଥରେ ନୁହେଁ ଦୁଇଥର ସମ୍ପର୍କ କରିଥିଲା। ପ୍ରଥମେ ମଇ ୭ ତାରିଖରେ ପାକିସ୍ତାନର ନିର୍ଦ୍ଦେଶକ ଜେନେରାଲ ଅଫ ମିଲିଟ୍ରି ଅପରେସନ୍ସ ପକ୍ଷରୁ ଔପଚାରିକ ଭାବେ ବାର୍ତ୍ତା ସହିତ ଅସ୍ତ୍ରବିରତି ପାଇଁ ଭାରତ ସହ ସମ୍ପର୍କ କରାଯାଇଥିଲା।
ଏହାପରେ ପୁଣି ମଇ ୧୦ ତାରିଖ ସନ୍ଧ୍ୟା ୩.୩୫ ମିନିଟରେ ଡିଜିଏମଓସ୍ତରରେ ଆଲୋଚନା ହୋଇଥିଲା। ଏହାପରେ ଉଭୟ ଦେଶ ଅସ୍ତ୍ରବିରତି ପାଇଁ ରାଜି ହୋଇଯାଇଥିଲେ। କାରଣ ଉଦ୍ଦେଶ୍ୟ ଥିଲା ଯୁଦ୍ଧ ବାତାବରଣକୁ ଶାନ୍ତ କରିବା।
ଅପରେସନ ସିନ୍ଦୂର ଆକ୍ରମଣରେ ପାକିସ୍ତାନରେ ପ୍ରାଣ ହରାଇଥିବା ମୃତକଙ୍କ ସଂଖ୍ୟା ୧୬୦ ହୋଇଯାଇଛି। ପାକିସ୍ତାନ ସେନାର ୪୦ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ପାକିସ୍ତାନ ମାତ୍ର ୧୧ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି।

ad-week
Leave A Reply

Your email address will not be published.