ମହାପ୍ରଭୁଙ୍କ ପାଇଁ ଖୋଲାଯିବ ଡିଜିଟାଲ ହୁଣ୍ଡି

add-all

ପୁରୀ:ଶ୍ରୀ ମନ୍ଦିର ପାଇଁ ଆରମ୍ଭ ହେବ ଡିଜିଟାଲ ହୁଣ୍ଡି । ଏନେଇ ସମର୍ପଣ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ଥିବା ବ୍ୟାଙ୍କର ବିଭିନ୍ନ ଶାଖାରେ ଡିଜିଟାଲ ହୁଣ୍ଡି ସ୍ଥାପନ ବ୍ୟବସ୍ଥା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆଇନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ଏହାଦ୍ୱାରା ଭକ୍ତମାନେ UPI ମାଧ୍ୟମରେ ସିଧାସଳଖ ଜଗନ୍ନାଥ ମନ୍ଦିରର ଖାତାକୁ ନିଜର ଦାନ ପ୍ରଦାନ କରିପାରିବେ।

ମହାପ୍ରଭୁଙ୍କ ପାଣ୍ଠି ବଢ଼ାଇବାକୁ ଆରମ୍ଭ ହେବ ସମର୍ପଣ କାର୍ଯ୍ୟକ୍ରମ। ଦେଶର କୋଣ ଅନୁକୋଣରେ ଥିବା ବ୍ୟାଙ୍କର ବିଭିନ୍ନ ଶାଖାରେ ରହିବ ଡିଜିଟାଲ ହୁଣ୍ଡି। ବିଭିନ୍ନ ବ୍ୟାଙ୍କର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କ ସହ ଡିଜିଟାଲ ହୁଣ୍ଡି ଆରମ୍ଭ କରିବା ପାଇଁ ଆଲୋଚନା ଆରମ୍ଭ ହୋଇଥିବା ଜଣାପଡ଼ିଛି।

ସମର୍ପଣ କାର୍ଯ୍ୟକ୍ରମ ଦ୍ବାରା ଅନଲାଇନ ଦାନ ପ୍ରକ୍ରିୟାକୁ ସୁଗମ ଓ ସରଳ କରିବାର ଲକ୍ଷ୍ୟ ରଖାଯାଇଛି। ଫଳରେ ଭକ୍ତମାନେ ଯେକୌଣସି ସ୍ଥାନରୁ ମନ୍ଦିର ପାଇଁ ଦାନ କରିପାରିବେ। ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟରେ ଓ ବାହାରେ ଥିବା ବ୍ୟାଙ୍କଗୁଡ଼ିକରେ ପୃଥକ ଡିଜିଟାଲ ହୁଣ୍ଡି ସ୍ଥାପନ କରାଯିବ।

ad-week
Leave A Reply

Your email address will not be published.