ମହାପ୍ରଭୁଙ୍କ ସେନାପଟା ଲାଗି ନୀତି: ଆସନ୍ତାକାଲି ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

add-all

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ପର୍ବପର୍ବାଣୀ ଭିତରେ ସ୍ନାନଯାତ୍ରା ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ଏକ ସ୍ବତନ୍ତ୍ର ପର୍ବ। ବର୍ଷତମାମ ଭକ୍ତଟିଏ ଅପେକ୍ଷା କରିଥାଏ ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରାକୁ। ମହାପ୍ରଭୁ ରଥାରୂଢ ହୋଇ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପୂର୍ବରୁ ସମ୍ପାଦନ ହୋଇଥାଏ ଅନେକ ନୀତିକାନ୍ତି। ସେଥିମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ, ଯାହାକୁ ମହାପ୍ରଭୁଙ୍କ ଆଦ୍ୟଯାତ୍ରା ମଧ୍ୟ କୁହାଯାଏ। ଏହାପୂର୍ବରୁ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହୋଇଥାଏ। ଆସନ୍ତାକାଲି ମଙ୍ଗଳବାର ଜ୍ୟେଷ୍ଠ:ଶୁକ୍ଳ ଚତୁର୍ଦ୍ଦଶୀ ତିଥି ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ।

ଏଣୁ ଆଜି ରାତ୍ର ଆଳତି ପହୁଡ଼ ଠାରୁ ଆସନ୍ତାକାଲି ମଙ୍ଗଳବାର ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସ୍ନାନଯାତ୍ରା ହେଉ କି ଗୁଣ୍ଡିଚା ଅବା ନୀଳାଦ୍ରି ବିଜେ, ପହଣ୍ଡି ପୂର୍ବରୁ ମହାପ୍ରଭୁଙ୍କୁ କରାଯାଏ ସ୍ବତନ୍ତ୍ର ସେନାପଟା ଓ ବାହୁଟ ଲାଗି ନୀତି।

ସ୍ନାନଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କୁ ଦଇତାପତି ସେବାୟତମାନେ ପହଣ୍ଡି କରି ନେବାବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ସେନାପଟା ଓ ବାହୁଟ କଣ୍ଟ ନୀତି ହୋଇଥାଏ। ଏହା ଏକ ଗୁପ୍ତନୀତି ହୋଇଥିବାରୁ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ କେବଳ ଦଇତାପତି ସେବାୟତମାନେ ଏହି ନୀତି ସମ୍ପାଦନ କରନ୍ତି।

ad-week
Leave A Reply

Your email address will not be published.