ଅଷ୍ଟ୍ରିଆ ସ୍କୁଲରେ ଗୁଳିକାଣ୍ଡ, ୧୧ ମୃତ

add-all

ଗ୍ରାଜ୍ : ୟୁରୋପୀୟ ଦେଶ ଅଷ୍ଟ୍ରିଆର ଦ୍ବିତୀୟ ବୃହତ୍ତମ ସହର ଗ୍ରାଜରେ ଏକ ଗୁଳିକାଣ୍ଡ ଘଟଣା ଘଟିଛି। ଏକ ସ୍କୁଲରେ ଜଣେ ବନ୍ଧୁକଧାରୀ ଆଖିମୁଜା ଗୁଳି ଚଳାଇବାରୁ ୭ ଛାତ୍ରଛାତ୍ରୀଙ୍କ ସମେତ ମୋଟ ୧୧ ଜଣ ମୃତ୍ୟୁବରଣ କରିଛନ୍ତି।

ଗ୍ରାଜର ମେୟରଙ୍କ ସୂଚନା ଅନୁସାରେ ବନ୍ଧୁକଧାରୀ ଜଣକ ସେହି ସ୍କୁଲର ଜଣେ ଛାତ୍ର। ସେ ସ୍କୁଲ ଆସିବା ବେଳେ ଏକ ବନ୍ଧୁକ ନେଇ ଆସିଥିଲା ଓ ଆଗରେ ଯାହାକୁ ଦେଖିଲା ତାକୁ ଗୁଳିମାରିଥିଲା। ପରେ ସେ ସ୍କୁଲର ଓ୍ବାସରୁମକୁ ଯାଇ ସେଠାରୁ ନିଜ ମୁଣ୍ଡକୁ ଗୁଳିକରି ଆତ୍ମହତ୍ୟା କରିଥିଲା। ଏହି ଘଟଣା ସ୍ଥାନୀୟ ସମୟ ସକାଳ ୧୦ଟା ବେଳେ ଘଟିଥିଲା, ଯେତେବେଳେ ସ୍କୁଲ ଚାଲିଥିଲା।

ସ୍ଥାନୀୟ ପୁଲିସ ଲୋକମାନଙ୍କୁ ସେହି ଅଞ୍ଚଳରୁ ଦୂରେଇ ରହିବାକୁ ଏବଂ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦେଇଛି। ପୋଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛି ଯେ ସ୍କୁଲକୁ ଖାଲି କରାଯାଇଛି ଏବଂ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସେ ଆହୁରି କହିଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ବର୍ତ୍ତମାନ କୌଣସି ବିପଦ ନାହିଁ। ଅଷ୍ଟ୍ରିଆର ଗ୍ରାଜ୍ ସହର ଦେଶର ଦକ୍ଷିଣ-ପୂର୍ବରେ ଅବସ୍ଥିତ ଏବଂ ଏହାର ଜନସଂଖ୍ୟା ପ୍ରାୟ  ୩ ଲକ୍ଷ ।

ad-week
Leave A Reply

Your email address will not be published.