ସ୍ତ୍ରୀଙ୍କ ଅସ୍ଥି ବିସର୍ଜନ ପାଇଁ ଲଣ୍ଡନରୁ ଆସିଥିଲେ ସ୍ବାମୀ : ବିମାନ ଦୁର୍ଘଟଣାରେ ଜୀବନ ଦେଲେ

ଅହମଦାବାଦ, ୧୨।୬:ଅହମଦାବାଦ୍‌ ବିମାନ ଦୁର୍ଘଟଣାରେ ଲଣ୍ଡନ ନିବାସୀ ଭାରତୀୟ ବଂଶୋଦ୍ଭବ ଅର୍ଜୁନ ମନୁଭାଇ ପଟୋଲିଆ(୩୬) ପ୍ରାଣ ହରାଇଛନ୍ତି। ସେ ତାଙ୍କ ସ୍ତ୍ରୀ ଭାରତୀବେନ୍‌ ଏବଂ ୪ ଓ ୮ ବର୍ଷର ୨ ଝିଅଙ୍କ ସହ ଲଣ୍ଡନରେ ବସବାସ କରୁଥିଲେ। କିଛି ସପ୍ତାହ ତଳେ ଭାରତୀବେନ୍‌ଙ୍କର ମୃତ୍ୟୁ ହୋଇଥିଲା।

ମୃତ୍ୟୁ ପୂର୍ବରୁ ଗୁଜରାଟର ନିଜ ପୈତୃକ ଗ୍ରାମରେ ଅସ୍ଥି ବିସର୍ଜନ କରିବା ପାଇଁ ସେ ସ୍ବାମୀଙ୍କୁ ଅନୁରୋଧ କରିଥିଲେ। ସ୍ତ୍ରୀଙ୍କ ଇଚ୍ଛା ପୂରଣ ପାଇଁ ଅର୍ଜୁନ ଗତ ସପ୍ତାହରେ ଅମରେଲି ଜିଲାରେ ଥିବା ଭାରତୀବେନ୍‌ଙ୍କ ପୈତୃକ ଗ୍ରାମ ଭାଡିଆକୁ ଆସି ନର୍ମଦା ନଦୀରେ ଅସ୍ଥି ବିସର୍ଜନ କରିଥିଲେ। ସପ୍ତାହେ ଧରି ଭାରତରେ ରହିବା ପରେ ସେ ଗୁରୁବାର ଲଣ୍ଡନରେ ଥିବା ନିଜ ୨ ଝିଅଙ୍କ ନିକଟକୁ ଫେରୁଥିଲେ।

ad-week
Leave A Reply

Your email address will not be published.