ଚର୍ଚ୍ଚାରେ ବିଜ୍ଞାପନ, ଦୁର୍ଘଟଣା ହେବ ବୋଲି ଜାଣିଥିଲା କି ଏହି କମ୍ପାନି?

add-all

ନୂଆଦିଲ୍ଲୀ: ଗୁରୁବାର ଅହମଦାବାଦରେ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଏହାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଥିବା ବେଳେ ଏବେ ଏକ ଖବରକାଗଜର ବିଜ୍ଞାପନ ଚର୍ଚ୍ଚାକୁ ଆସିଛି। ବିଜ୍ଞାପନରେ ବିମାନକୁ ଏଭଳି ଭାବେ ଉପସ୍ଥାପିତ କରାଯାଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସବୁଠୁ ବଡ଼ କଥା ହେଲା ବିମା‌ନରେ ଏୟାର ଇଣ୍ଡିଆ ଲେଖାଯାଇଛି। ଦୁର୍ଘଟଣା ହେବ ବୋଲି ଏହି କମ୍ପାନି ଜାଣିଥିଲା ନା ଏହା କେବଳ ଏକ ସଂଯୋଗ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି।
ସୂଚନା ମୁତାବକ, ଏହି ବିଜ୍ଞାପନ ଜୁନ୍୧୨ ଅର୍ଥାତ୍ ଦୁର୍ଘଟଣା ଦିନ ମିଡ୍ ଡେ ଖବରକାଗଜରେ ପ୍ରକାଶିତ ହୋଇଥିଲା। ଏହି ସଂଯୋଗକୁ ନେଇ ସୋସିଆଲ ମିଡିଆରେ ବହୁତ ଆଲୋଚନା ହେଉଛି। ଅହମଦାବାଦ ଦୁର୍ଘଟଣାରେ ବିମାନଟି ଏକ ହଷ୍ଟେଲର କୋଠାରେ ଧକ୍କା ଖାଇ ଜଳିଯାଇଥିଲା। ଏହାର ଗୋଟାଏ ଭାଗ କୋଠାରେ ଲାଖି ରହିଥିବାର ଫଟୋ ସାମ୍ନାକୁ ଆସିଥିଲା, ଯାହା ଖୁବ ଭାଇରାଲ ହୋଇଥିଲା। ସେହିଦିନ ସକାଳେ ଦୁର୍ଘଟଣା ହେବା ପୂର୍ବରୁ ମିଡ୍ ଡେ ଖବରକାଗଜରେ ଏକ ବିଜ୍ଞାପନ ପ୍ରକାଶିତ ହୋଇଥିଲା, ଯେଉଁଥିରେ ଏକ ବିମାନର ଆଗ ଭାଗ କୋଠା ଭିତରେ ପଶିଯାଇଥିବା ଦେଖାଯାଇଥିଲା। ବିମାନରେ ଏୟାର ଇଣ୍ଡିଆ ଲେଖାଯାଇଥିଲା। ଏହା କିଭଳି ସମ୍ଭବ ବୋଲି ଲୋକେ ପ୍ରଶ୍ନ କରୁଥିବା ବେଳେ ଏବେ ଏହାର ଉତ୍ତର ସାମ୍ନାକୁ ଆସିଛି।
ଜଣାଯାଇଛି ଯେ, ବିଜ୍ଞାପନଟି କିଡ୍ ଜାନିଆର। ଗତ ବର୍ଷ ଜୁନ୍ ମାସରେ ଏୟାର ଇଣ୍ଡିଆ କିଡ୍ ଜାନିଆ ସହିତ ମିଶି ନୋଏଡା ଏବଂ ମୁମ୍ବାଇରେ ଥିବା କିଡ୍ ଜାନିଆ ସେଣ୍ଟରରେ ଏୟାର ଇଣ୍ଡିଆ ଏଭିଏସନ୍ ଏକାଡେମୀ ଆରମ୍ଭ କରିଥିଲା। ଏହି ନୂତନ ପଦକ୍ଷେପଟି ମଜାଦାର ଏବଂ ବାସ୍ତବବାଦୀ କାର୍ଯ୍ୟ ମାଧ୍ୟମରେ ପିଲାମାନଙ୍କୁ ବିମାନ ଚଳାଇବା ନେଇ ଉତ୍ସାହିତ କରିବା ପାଇଁ ଥିଲା। ସେବେଠାରୁ ଅନେକ ବିଜ୍ଞାପନରେ ବିମାନର ଏଭଳି ଫଟୋ କିଡ୍ ଜାନିଆ ବ୍ୟବହାର କରିଛି । କିଡ୍ ଜାନିଆ ବିଲ୍ଡିଂରେ ମଧ୍ୟ ଏଭଳି ଏକ ଏୟାର ଇଣ୍ଡିଆ ବିମାନ ଆଗକୁ ବାହାରି ରହିଥିବା ଦେଖାଯାଇଛି।

ad-week
Leave A Reply

Your email address will not be published.