୮୦ ବର୍ଷ ବୟସରେ ବିଶ୍ଵର ୨ୟ ଧନୀ ହେଲେ ଏହି ବ୍ୟକ୍ତି

youtube

ନୂଆଦିଲ୍ଲୀ : ବିଶ୍ଵର ୨ୟ ଧନୀ ବ୍ୟକ୍ତି ତାଲିକାରେ ପରିବର୍ତ୍ତନ ହୋଇଛି। ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ବିଶ୍ଵର ୨ୟ ଧନୀ ବ୍ୟକ୍ତି ମାନ୍ୟତା ହରାଇଛନ୍ତି। ତାଙ୍କୁ ପଛରେ ପକାଇଛନ୍ତି ଓରାକଲର ପ୍ରତିଷ୍ଠାତା ଲାରି ଏଲିସନ। ଗତ ଗୁରୁବାର ୮୦ ବର୍ଷୀୟ ଏଲିସନଙ୍କ ସମ୍ପତ୍ତିରେ ହଠାତ ବୃଦ୍ଧି ଯୋଗୁ ସେ ବିଶ୍ଵର ୨ୟ ଧନୀ ବ୍ୟକ୍ତି ହୋଇଛନ୍ତି।
ଫୋର୍ବସ ରିପୋର୍ଟ ଅନୁସାରେ, ଗତ ୧୨ ତାରିଖରେ ଏଲିସନଙ୍କ ସମ୍ପତ୍ତି ହଠାତ ୨୬ ବିଲିଅନ ଡଲାର ବୃଦ୍ଧି ପାଇଥିଲା। ଯାହାଫଳରେ ତାଙ୍କ ସମ୍ପତ୍ତି ୨୪୩ ବିଲିଅନ ଡଲାରରେ ପହଞ୍ଚିଥିଲା। ଗତ ୨୪ ଘଣ୍ଟାରେ ତାଙ୍କ ସମ୍ପତ୍ତିର୍ର୍ରେ ୧୩ ବିଲିଅନ ଡଲାର ବୃଦ୍ଧି ପାଇଛି। ବର୍ତ୍ତମାନ ଏଲିସନଙ୍କ ମୋଟ ସମ୍ପତ୍ତି ୨୫୮.୮ ବିଲିଅନ ଡଲାର ରହିଛି।
ଅନ୍ୟପଟେ ମେଟା ସିଇଓ ମାର୍କ ଜୁକରବର୍ଗ ପୂର୍ବ ପରି ୩ୟ ସ୍ଥାନରେ ରହିଛନ୍ତି। ବେଜୋସ ୪ର୍ଥ ସ୍ଥାନକୁ ଖସିଯାଇଛନ୍ତି। ଜୁକରବର୍ଗଙ୍କ ସମ୍ପତ୍ତି ୨୩୫.୭ ବିଲିଅନ ଡଲାର ଥିବାବେଳେ ବେଜୋସଙ୍କ ସମ୍ପତ୍ତି ୨୨୬.୮ ବିଲିଅନ ଡଲାର ରହିଛି। ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି ଭାବେ ଏଲନ ମସ୍କ ୪୧୦.୮ ବିଲିଅନ ଡଲାର ସହିତ ପ୍ରଥମ ସ୍ଥାନରେ ରହିଛନ୍ତି।

Leave A Reply

Your email address will not be published.