‘ଦ୍ବିତୀୟ ରଜ’ରେ ନନ୍ଦନକାନନ ବୁଲିଲେ ୩୭,୧୦୮ ଜଣ ପର୍ଯ୍ୟଟକ

add-all

ବାରଙ୍ଗ: ଭୁବନେଶ୍ବର ଉପକଣ୍ଠରେ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଉଦ୍ଦିଷ୍ଟ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ରେକର୍ଡ ପର୍ଯ୍ୟଟକ ବୁଲିଛନ୍ତି। ଗଣପର୍ବ ‘ରଜ’ ଅବସରରେ ପର୍ଯ୍ୟଟକମାନେ ଆଜି ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବୁଲିଛନ୍ତି। ସବୁଠାରୁ ବଡ଼ କଥା ହେଲା ପର୍ଯ୍ୟଟକମାନେ ଭଲ ବୁଲିବାର କାରଣ ହେଲା ଅନୁକୂଳ ପାଗ।
ଦ୍ବିତୀୟ ରଜରେ ନନ୍ଦନକାନନ ପ୍ରାଣୀ ଉଦ୍ୟନରେ ୩୭ ହଜାରରୁ ଅଧିକ ପର୍ଯ୍ୟଟକ ଆସିଥିଲେ। ସେହିପରି ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ପ୍ରାୟ ‌‌ଅଢ଼େଇ ହଜାର ଲୋକ ବୁଲିବାକୁ ଯାଇଥିଲେ।
ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ତରଫରୁ ମିଳିଥିବା ସୂଚନା ଅନୁସାରେ ଆଜି ଦ୍ୱିତୀୟ ରଜ ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩୭,୧୦୮ ଜଣ ପର୍ଯ୍ୟଟକ ବୁଲିଛନ୍ତି। ରବିବାର ଭଲ ବାର ସାଙ୍ଗକୁ ପାଗ ଭଲ ଥିବାରୁ ଏତେ ସଂଖ୍ୟାରେ ପର୍ଯ୍ୟଟକ ଆସିଛନ୍ତି। ଟିକେଟ କରି ବୁଲି ଦେଖି ଥିବା ପର୍ଯ୍ୟଟକଙ୍କ ଗଣନାରୁ ଏହି ସଂଖ୍ୟା ଜଣାପଡ଼ିଛି।
ସୂଚନାଯୋଗ୍ୟ, ୨୦୨୨ ମସିହା ପ୍ରଥମ ରଜରେ ସର୍ବାଧିକ ୩୪,୮୧୭ ପର୍ଯ୍ୟଟକ ଆସିଥିବା ବଡ଼ ରେକର୍ଡ ଥିଲା। ‌ସେହି ରେକର୍ଡ ଆଜି ଭଙ୍ଗ ହୋଇଛି। ସେହିଭଳି ରାଜ୍ୟ ଉଦ୍ଭିଦ ଉଦ୍ୟାନର ୨୪୭୪ ଖଣ୍ଡ ଟିକେଟ ବିକ୍ରି ହୋଇ ଥିବା ସୂଚନା।

ad-week
Leave A Reply

Your email address will not be published.