ମଧ୍ୟପ୍ରାଚ୍ୟକୁ ମୁହାଁଇଲା ଆମେରିକୀୟ ଯୁଦ୍ଧ ଜାହାଜ, ଇସ୍ରାଏଲ-ଇରାନ ଯୁଦ୍ଧରେ ହୋଇପାରେ ସାମିଲ

add-all

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଉଭୟ ଦେଶ ପରସ୍ପର ଉପରେ ଜୋରଦାର ଆକ୍ରମଣ ଚଳାଇଛନ୍ତି। ଇସ୍ରାଏଲ ଯୁଦ୍ଧରେ ଆମେରିକାର ସହଯୋଗ ଲୋଡିଛି। ତେବେ ଇରାନ ପାଶ୍ଚାତ୍ୟ ଦେଶ ବିଶେଷକରି ଆମେରିକା, ଫ୍ରାନ୍ସ ଓ ବ୍ରିଟେନକୁ ଚେତାବନୀ ଦେଇ ଇସ୍ରାଏଲକୁ ସହଯୋଗ ନ କରିବାକୁ କହିଛି। ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଧମକର କଡ଼ା ଜବାବ ଦେଇଥିଲେ। ଏହା ଭିତରେ ସୋମବାର ଆମେରିକାର ଏକ ଯୁଦ୍ଧ ଜାହାଜ ୟୁଏସଏସ ନିମିଜ ମଧ୍ୟପ୍ରାଚ୍ୟକୁ ମୁହାଁଇଛି। ଜାହାଜଟି ଦକ୍ଷିଣ ଚୀନ ସାଗରରୁ ପଶ୍ଚିମ ଆଡକୁ ଅଗ୍ରସର ହୋଇଛି। ଯାହାକୁ ନେଇ ଏ​‌ବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଜାହାଜ ଇସ୍ରାଏଲ-ଇରାନ ଯୁଦ୍ଧରେ ସାମିଲ ହେବ କି ବୋଲି ପ୍ରଶ୍ନ ଉଠିଛି।

ସେପଟେ ଆମେରିକା ପକ୍ଷରୁ ଏହାକୁ ଜରୁରୀ ଅପରେସନାଲ ଆବଶ୍ୟକତା ପାଇଁ ପଠାଯାଇଥିବା ମଧ୍ୟ କୁହାଯାଇଛି। ଜାହାଜଗୁଡ଼ିକୁ ଟ୍ରାକ୍ କରୁଥିବା ଓ୍ବେବସାଇଟ ମେରାଇନ ଟ୍ରାଫିକ ପକ୍ଷରୁ ଜାହାଜର ଗତିପଥ ସମ୍ପର୍କରେ ସୂଚନା ଦିଆଯାଇଛି। ଜାହାଜକୁ ଭିଏତନାମର ଡାନାଙ୍ଗ ସହରରେ ସ୍ଵାଗତ କରିବା ଲାଗି ଏକ ସମାରୋହ ଆୟୋଜନ କରାଯାଇଥିଲା। କିନ୍ତୁ ସମାରୋହକୁ ରଦ୍ଦ କରାଯାଇ ଜାହାଜକୁ ମଧ୍ୟପ୍ରାଚ୍ୟ ଅଞ୍ଚଳକୁ ପଠାଯାଉଛି। ମଧ୍ୟପ୍ରାଚ୍ୟରେ ଇସ୍ରାଏଲ-ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଆମେରିକୀୟ ଯୁଦ୍ଧ ଜାହାଜ ସେହି ଅଞ୍ଚଳକୁ ଯାତ୍ରା କରିବା ଆମେରିକା ନୌସେନାର ଗୁରୁତ୍ଵପୂର୍ଣ୍ଣ ରଣନୀତିକ ପଦକ୍ଷେପ ବୋଲି କୁହାଯାଉଛି।

ad-week
Leave A Reply

Your email address will not be published.