ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ

add-all

ଭୁବନେଶ୍ବର: ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ଆଜି ନବୀନ ଭୁବନେଶ୍ବର ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି । ସେଠି କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଆସନ୍ତା ୨୨ ତାରିଖରେ ତାଙ୍କର ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅସ୍ତ୍ରୋପଚାର ହେବ ।

ଏନେଇ ଗତ ବୁଧବାର ନବୀନ ତାଙ୍କ ଏକ୍ସରେ ପୋଷ୍ଟ କରିଥିଲେ । ଯେଉଁଥିରେ ବିଜେଡି ସୁପ୍ରିମୋ ଲେଖିଥିଲେ, ଜୟ ଜଗନ୍ନାଥ। ଚିକିତ୍ସା ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ମୁଁ ଏହି ମାସର ୨୨ ତାରିଖରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ପାଇଁ ଏକ ଚିକିତ୍ସା କରାଇବି । ମୋର ବ୍ୟକ୍ତିଗତ ଡାକ୍ତର ଡକ୍ଟର ରମାକାନ୍ତ ପଣ୍ଡା ମୁମ୍ବାଇରେ ଏହାର ସମନ୍ୱୟ କରୁଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାର ମୋର ଭାଇଭଉଣୀମାନଙ୍କ ଶୁଭକାମନା ସହିତ, ଆପଣ ସମସ୍ତଙ୍କ ସେବା ଜାରି ରଖିବା ପାଇଁ ଶୀଘ୍ର ଫେରିବାକୁ ଅପେକ୍ଷା କରୁଛି ବୋଲି ନିଜ ଏକ୍ସରେ ସୂଚନା ଦେଇଥିଲେ ନବୀନ ।

ad-week
Leave A Reply

Your email address will not be published.