ଟ୍ରମ୍ପଙ୍କ କଥା ମାନୁନି ଇସ୍ରାଏଲ, ପୁଣି କଲା ଆକ୍ରମଣ

add-all

ତେହେରାନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣା ସତ୍ତ୍ବେ ଇସ୍ରାଏଲ ଓ ଇରାନ ମଧ୍ୟରେ ସଂଘର୍ଷ ଜାରି ରହିଛି । ଆଜି ଇରାନ ପକ୍ଷରୁ ଇସ୍ରାଏଲ ଉପରେ ପୁଣି ଥରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା, ଏହାର ଜବାବରେ ଇସ୍ରାଏଲ ମଧ୍ୟ ଇରାନ ଉପରେ ଆକ୍ରମଣ କରିଛି ।

ଇରାନୀ ଗଣମାଧ୍ୟମ ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ତେହେରାନର ଉତ୍ତର ଭାଗରେ ଦୁଇଟି ବଡ଼ ବିସ୍ଫୋରଣ ଶୁଣାଯାଇଥିଲା। ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଟ୍ରମ୍ପ୍ ଯୁଦ୍ଧବିରତି ଘୋଷଣା କରିବା ପରେ ମଧ୍ୟ ଇସ୍ରାଏଲ୍ ଇରାନ ଉପରେ ଆକ୍ରମଣ ବନ୍ଦ କରିନାହିଁ। ଇସ୍ରାଏଲର ଏହି ପଦକ୍ଷେପ ଯୁଦ୍ଧବିରତି ପ୍ରୟାସକୁ ନଷ୍ଟ କରିବାର ଆଶଙ୍କା ଦେଖାଦେଇଛି। ଇସ୍ରାଏଲ୍ ଆର୍ମି ରେଡିଓ ସୂଚନା ଦେଇଛି ଯେ ଇସ୍ରାଏଲ୍ ବାୟୁସେନା ତେହେରାନ ନିକଟରେ ଏକ ରାଡାର ଉପରେ ଆକ୍ରମଣ କରିଛି।

ସେପଟେ ଆରବ ଦେଶମାନେ ଉଭୟ ଦେଶଙ୍କୁ ଯୁଦ୍ଧବିରତି ପାଳନ କରିବାକୁ ଅନୁରୋଧ କରିଛନ୍ତି, ଯେତେବେଳେ ଟ୍ରମ୍ପ୍ ଇସ୍ରାଏଲର ଆକ୍ରମଣାତ୍ମକ ଆଭିମୁଖ୍ୟ ଉପରେ ନିରାଶା ମଧ୍ୟ ପ୍ରକାଶ କରିଛନ୍ତି। ଇସ୍ରାଏଲର ଏହି ଆକ୍ରମଣ ପୁଣି ଥରେ ଯୁଦ୍ଧକୁ ତ୍ୱରାନ୍ୱିତ କରିପାରେ।

ଇସ୍ରାଏଲ ଉପରେ କ୍ଷୁବଧ ଟ୍ରମ୍ପ କହିଥିଲେ, “ଉଭୟ ପରସ୍ପର ଉପରେ ଏତେ ବୋମା ପକାଇଥିଲେ ଯାହା ମୁଁ ପୂର୍ବରୁ କେବେ ଦେଖିନାହିଁ। ମୁଁ ଇସ୍ରାଏଲ ସହିତ ଖୁସି ନୁହେଁ, କିନ୍ତୁ ମୁଁ ପ୍ରକୃତରେ ଦୁଃଖିତ। ଇସ୍ରାଏଲକୁ ସମାଲୋଚନା କରି ଟ୍ରମ୍ପ୍ କହିଛନ୍ତି ଯେ ଇସ୍ରାଏଲ୍ ଏବଂ ଇରାନ ଜାଣିନାହାଁନ୍ତି ଯେ ସେମାନେ କ’ଣ କରୁଛନ୍ତି।

ad-week
Leave A Reply

Your email address will not be published.