ଯୁଦ୍ଧବିରାମ ପାଇଁ ଭିକ୍ଷା ମାଗୁଛନ୍ତି ଟ୍ରମ୍ପ, କ୍ଷେପଣାସ୍ତ୍ର ବର୍ଷା କରି ଏମିତି କହିଲା ଇରାନ

add-all

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହୁଏତ ଯୁଦ୍ଧବିରତି ପାଇଁ ଘୋଷଣା କରିଛନ୍ତି, କିନ୍ତୁ ଉଭୟ ପାଶ୍ୱର୍ରୁ କ୍ଷେପଣାସ୍ତ୍ର ବର୍ଷା ଜାରି ରହିଛି । ଆଜି ସକାଳେ ଇରାନ ୩ଟି କ୍ଷେପଣାସ୍ତ୍ର ମାଡ କରିଛି । ଯେଉଁଥିରେ ତିନି ଜଣ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ଘଟିଛି । ସେପ୍ଣଙ୍କ ଇସ୍ରାଏଲର ଆକ୍ରମଣରେ ଇରାନର ଆଉ ଜଣେ ଶୀର୍ଷ ପରମାଣୁ ବୈଜ୍ଞାନିକ ପ୍ରାଣ ହରାଇଛନ୍ତି । ଇସ୍ରାଏଲ ପକ୍ଷରୁ କୁହାଯାଇଛି ଯେ ଇରାନର କ୍ଷେପଣାସ୍ତ୍ର ମାଡ ଯୋଗୁଁ ବେରଶେବାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ବିଭିନ୍ନ ସ୍ଥାନରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଇସ୍ରାଏଲ କହିଛି ।

ସେପଟେ ଇରାନର ସରକାରୀ ଗଣମାଧ୍ୟମ ମଙ୍ଗଳବାର ଘୋଷଣା କରିଛି ଯେ କାତାରରେ ଥିବା ଏକ ଆମେରିକୀୟ ଘାଟି ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣର କିଛି ଘଣ୍ଟା ପରେ ଦେଶର ସାମରିକ ପ୍ରତିକ୍ରିୟା ପରେ ‘ଶତ୍ରୁ ଉପରେ ଅସ୍ତ୍ରବିରତି ଲାଗୁ’ ନେଇ ଘୋଷଣା କରିଛି ଆମେରିକା । ଇରାନ କହିଛି ଯେ ଆମେରିକା ଇସ୍ରାଏଲକୁ ଯୁଦ୍ଧବିରତି ପାଇଁ ଭିକ୍ଷା ମାଗୁଛି ।

ad-week
Leave A Reply

Your email address will not be published.