ସରକାରରେ ପୁଣି ଲଜ୍ଜା : ଆଉ ଏକ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ବନ୍ଧାହେଲେ ବିଜେପିର ନେତା…

youtube

ବ୍ରହ୍ମପୁର : ରାଜ୍ୟରେ ମହିଳା ଓ ଝିଅମାନଙ୍କ ସୁରକ୍ଷା ଲାଗି ସରକାର ଡିଣ୍ଡିମ ପିଟୁଥିବା ବେଳେ ଗୋଟିକ ପରେ ଗୋଟିଏ ଲଜ୍ଜା ଘଟଣା ଘଟି ଯାଉଛି । ଗୋପାଳପୁର ବେଳାଭୂମି ଘଟଣା ନେଇ ରାଜ୍ୟ ଦେଶ ତଥା ବିଦେଶରେ ବଦାନାମ୍ ହୋଇଛି। କିନ୍ତୁ ରାଜ୍ୟରେ ଏଭଳି ଘଟଣା ଗୋଟିକ ପରେ ଗୋଟିଏ ଘଟିବାରେ ଲାଗିଛି। ଜୁନ୍ ୧୫ରେ ଗୋପାଳପୁର ଘଟଣା ଘଟିଥିଲା। ଏହାର  ୭ ଦିନ ପରେ ଜୁନ୍ ୨୨ ତାରିଖ ରବିବାର ସନ୍ଧ୍ୟାରେ ଯାଜପୁରରେ ଏକ ଅସଦାଚରଣ ଘଟଣା ଘଟିଛି । ଆଜି ଅର୍ଥାତ ଜୁନ୍ ୨୪ର ପୁଣି ଆଉ ଏକ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏହା ପୁଣି ଘଟିଛି ଖୋଦ ବ୍ରହ୍ମପୁରରେ । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ ବାଜପେୟୀ ଆରୋଗ୍ୟଧାମ ମାଲିକ ଡ଼ା. ଭବାନୀ ଶଙ୍କର ଦାଶଙ୍କ ସମେତ ଦୁଇ ଜଣ ମହିଳାଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ଜଣେ ୧୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ପୋଲିସ ଅଧିକ ତଦନ୍ତ କରିଥିଲା। ଉଭୟଙ୍କ ଡାକ୍ତରୀ ମାଇନା ବ୍ରହ୍ମପୁର ବଡ଼ ମେଡିକାଲରେ କରାଯାଇଛି । ଅଭିଯୋଗ ଅନୁସାରେ ଅଭିଯୁକ୍ତ ଡ଼ା. ଭବାନୀ ଶଙ୍କର ଦାଶ କୁଆଡେ ଜଣେ ବିଜେପି କର୍ମ ଏବଂ ସ୍ବଘୋଷିତ ଡାକ୍ତର । ଅଭିଯୁକ୍ତ ପୀଡିତା ନାବାଳିକାଙ୍କୁ ବି. ଏସ ସି ନର୍ସିଙ୍ଗ ପାଠ ପଢା ବିନା ଖର୍ଚ୍ଚରେ ପଢାଇବାକୁ କହି ପରିବାରବର୍ଗଙ୍କ ବିଶ୍ୱାସ ଭାଜନ ସୃଷ୍ଟି କରିଥିଲେ । ଭବାନୀଙ୍କ କଥାରେ ବିଶ୍ୱାସ କରି ନାବାଳିକାକୁ ଛାଡିଥିଲେ । ଜୈନିକ ଅଙ୍ଗଡ଼ାୱାଡି କର୍ମୀଙ୍କ ସଂସ୍ପର୍ଶରେ ଆସିଥିଲେ ପୀଡ଼ିତାଙ୍କ ମାଆ । ବାଜପେୟୀ ଆରୋଗ୍ୟଧାମର ମାଲିକ ଜଣେ ଉତ୍ତମ ବ୍ୟକ୍ତି ବୋଲି ପୀଡ଼ିତାଙ୍କ ମାଆ ଙ୍କୁ ଅଙ୍ଗନାବାଡ଼ି କର୍ମୀ କହିଥିଲେ । ପରେ କୋର୍ଟପେଟା ଛକରେ ଥିବା ରାଜାରାଣୀ ଆପାର୍ଟମେଣ୍ଟର ପ୍ରଥମ ମହଲାରେ ବାଜପେୟୀ ଆରୋଗ୍ୟଧାମ ରେ ପୀଡିତାଙ୍କ ମାଆ ଦେଖା କରିଥିଲେ । ପୀଡ଼ିତାଙ୍କୁ ସେଠାରେ ଛାଡିଥିଲେ । ପରେ ସନ୍ଧ୍ୟା 7 ଟା ସମୟରେ ସେହି ଆପାର୍ଟମେଣ୍ଟର ତୃତୀୟ ମହଲରେ 302 ନମ୍ବର ରୁମରେ ପୀଡ଼ିତାଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକା ଜଣକ ସେଠାରୁ ଆସି ସମ୍ପର୍କୀୟ ମାଉସୀଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ଗତକାଲି ଥାନାରେ ମାମଲା ରୁଜୁ ପରେ ପୁଲିସ ଘଟଣାର ତଦନ୍ତ କରି ଗିରଫ କରିଛି ଅଭିଯୁକ୍ତ କୁ ଏଥିରେ ଦୁଇଜଣ ମହିଳା ଭବାନୀଙ୍କୁ ସହଯୋଗ କରିଥିଲେ । ଜଣେ ପରିଚିତ କରାଇଥିଲେ ଏବଂ ଅନ୍ୟ ଜଣେ ନିଶା ପାଣି ପିଇବାକୁ ଦେଇଥିଲେ । ସୂଚନା ଥାଉକି ଭବାନୀଙ୍କ ହୋମିଓ ପାଥିକ ଡାକ୍ତରର ସାର୍ଟିଫିକେଟ ନକଲି ଥିବା ପୁଲିସ ଜାଣିବାକୁ ପାଇଥିବା ବେଳେ ଏହାର ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ. ପି. ଡାକ୍ତର ଶ୍ରାବଣା ବିବେକ ଏମ l

Leave A Reply

Your email address will not be published.