ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ଗୁଜରାଟ ହାଇକୋର୍ଟରୁ ଆଶ୍ଵସ୍ତି

add-all

ଅହମଦାବାଦ: ୨୦୧୩ରେ ପଞ୍ଜିକୃତ ଦୁଷ୍କର୍ମ ମାମଲାରେ ଗୁଜରାଟ ହାଇକୋର୍ଟ ଆଶାରାମଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ହାଇକୋର୍ଟ ତାଙ୍କ ଅସ୍ଥାୟୀ ଜାମିନକୁ ଜୁଲାଇ ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ମାମଲାରେ ଆଶାରାମ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ସେ ଚିକିତ୍ସା ଆଧାରରେ ଜାମିନରେ ଅଛନ୍ତି।
ଜଷ୍ଟିସ ଇଲେଶ ଭୋରା ଏବଂ ଜଷ୍ଟିସ ସନ୍ଦୀପ ଭଟ୍ଟଙ୍କ ଖଣ୍ଡପୀଠ ଆଶାରାମଙ୍କ ଜାମିନ ଅବଧି ବୃଦ୍ଧି କରିଛନ୍ତି, ଯଦ୍ୱାରା ତାଙ୍କ ଓକିଲ ଆବେଦନ ସମ୍ପର୍କରେ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିପାରିବେ। ହାଇକୋର୍ଟ କହିଛନ୍ତି, ଜୁଲାଇ ୨ରେ ମାମଲାର ଶୁଣାଣି ହେବ। ଏହା ପୂର୍ବରୁ ହାଇକୋର୍ଟ ମାର୍ଚ୍ଚ ୨୮ରେ ଦିଆଯାଇଥିବା ଅସ୍ଥାୟୀ ଜାମିନକୁ ତିନି ମାସ ପାଇଁ ବୃଦ୍ଧି କରିଥିଲେ, ଯାହା ଜୁନ୍ ୩୦ରେ ଶେଷ ହେଉଛି।
୨୦୨୩ ମସିହ ଜାନୁଆରୀ ମାସରେ ଗାନ୍ଧୀନଗରର ଏକ ଅଦାଲତ ଏକ ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ୨୦୧୩ରେ ରାଜସ୍ଥାନସ୍ଥିତ ତାଙ୍କ ଆଶ୍ରମରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମର ଅନ୍ୟ ଏକ ମାମଲାରେ ମଧ୍ୟ ଆଶାରାମ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ବର୍ତ୍ତମାନର ମାମଲାରେ ତାଙ୍କୁ ସୁରଟର ଜଣେ ମହିଳା ଅନୁଗାମୀଙ୍କ ସହ ୨୦୦୧ରୁ ୨୦୦୬ ମଧ୍ୟରେ ଅନେକ ଥର ଦୁଷ୍କର୍ମ କରିବାକୁ ନେଇ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ad-week
Leave A Reply

Your email address will not be published.