କେରଳ ସ୍କୁଲ୍‌ରେ ଜୁମ୍ବା ନୃତ୍ୟ ନିଷ୍ପତ୍ତିକୁ ମୁସ୍ଲିମ ସମାଜର ତୀବ୍ର ବିରୋଧ

youtube

ନୂଆଦିଲ୍ଲୀ: କେରଳ ସରକାରଙ୍କର ନିଶା ନିବାରଣ ଅଭିଯାନର ଏକ ଅଂଶ ଭାବରେ ସ୍କୁଲଗୁଡ଼ିକରେ ନୃତ୍ୟ-ଭିତ୍ତିକ ଫିଟନେସ୍ କାର୍ଯ୍ୟକ୍ରମ ଜୁମ୍ବା ପ୍ରଚଳନ କରିବାକୁ କେରଳ ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ ଏହାକୁ ତୀବ୍ର ବିରୋଧ କରିଛି ରାଜ୍ୟ ମୁସ୍ଲିମ ସମାଜ। ଜୁମ୍ବାରେ କମ୍ ପୋଷାକ ପିନ୍ଧି ସ୍କୁଲ୍‌ରେ ପୁଅ-ଝିଅ ଏକାଠି ନୃତ୍ୟ କରିବାକୁ କେରଳର ବିଭିନ୍ନ ମୁସ୍ଲିମ ସଂଗଠନ ବିରୋଧ କରିଛି।

ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ଅନେକ ସ୍କୁଲ ଜୁମ୍ବା ତାଲିମ ଦେବା ଆରମ୍ଭ କରିଛନ୍ତି। ଏହା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି, ୱିଜଡମ୍ ଇସଲାମିକ୍ ଅର୍ଗାନାଇଜେସନ୍‌ର ସାଧାରଣ ସମ୍ପାଦକ ଟିକେ ଆଶରଫ୍। ତାଙ୍କ ପୁଅ ସ୍କୁଲ୍‌ର ଏହି ନୃତ୍ୟୁରେ ଅଂଶଗ୍ରହଣ କରିବ ନାହିଁ ବୋଲି ସେ କହିଛନ୍ତି। ଏନେଇ ସେ ଫେସ୍‌ବୁକ୍‌ରେ ପୋଷ୍ଟ କରି ଲେଖିଛନ୍ତି “ଏହାକୁ ଗ୍ରହଣ କରିପାରିବି ନାହିଁ, ମୋ ପୁଅ ଏଥିରେ ଅଂଶଗ୍ରହଣ କରିବ ନାହିଁ।”

କେରଳର ପ୍ରଭାବଶାଳୀ ମୁସଲିମ ସଂଗଠନ ‘ସମସ୍ତ’ର ନେତା ନାସର ଫୈଜି କୁଦାଥାଇ ମଧ୍ୟ ରାଜ୍ୟ ସରକାରଙ୍କର ଏହି ପଦକ୍ଷେପକୁ ବ୍ୟକ୍ତିଗତ ସ୍ୱାଧୀନତାର ଉଲ୍ଲଙ୍ଘନ ବୋଲି କହିଛନ୍ତି। ଶାରୀରିକ ସୁସ୍ଥତା ନାମରେ ଅଶ୍ଳୀଳତା ଲଦିବାକୁ ଶିକ୍ଷା ବିଭାଗ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି। କୋଦାଥାଇ କହିଛନ୍ତି “କେରଳ ସରକାର ସ୍କୁଲଗୁଡ଼ିକରେ ଜୁମ୍ବା ନୃତ୍ୟ ପ୍ରଚଳନ କରିଛନ୍ତି। ଜୁମ୍ବା ହେଉଛି ସର୍ବନିମ୍ନ ପୋଷାକ ପିନ୍ଧି ଏକାଠି ନାଚିବାର ଏକ ପଦ୍ଧତି। ଯଦି ସରକାର ବଡ଼ ପିଲାମାନଙ୍କୁ ମଧ୍ୟ ଏହା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ତେବେ ଏହା ଆପତ୍ତିଜନକ।”

ମୁସ୍ଲିମ ନେତା ଆହୁରି କହିଛନ୍ତି “ ବର୍ତ୍ତମାନ ପ୍ରଚଳିତ ଥିବା ଶାରୀରିକ ତାଲିମଗୁଡ଼ିକୁ ଉନ୍ନତ କରିବା ପରିବର୍ତ୍ତେ, ଅଶ୍ଳୀଳତାକୁ ବାଧ୍ୟ କରନ୍ତୁ ନାହିଁ। ଯେଉଁମାନଙ୍କର ନୈତିକ ଭାବନା ସେମାନଙ୍କୁ ଏକାଠି ନାଚିବାକୁ ଅନୁମତି ଦେଉ ନାହିଁ। ଏହି ନିଷ୍ପତ୍ତି ସେହିଭଳି ଛାତ୍ରଛାତ୍ରୀମାନଙ୍କର ବ୍ୟକ୍ତିଗତ ସ୍ୱାଧୀନତା ଏବଂ ମୌଳିକ ଅଧିକାରରକୁ ଉଲ୍ଲଂଘନ କରୁଛି।”

ଅନ୍ୟପଟେ କେରଳ ସରକାର ଏହି ନିଷ୍ପତ୍ତିକୁ ସଠିକ ବୋଲି ଦର୍ଶାଇଛନ୍ତଇ। ଏନେଇ କେରଳର ଶିକ୍ଷା ମନ୍ତ୍ରୀ ଭି ଶିବନକୁଟ୍ଟି ନିଜ ଫେସବୁକରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ମୁସଲିମ ଛାତ୍ରୀମାନେ ଜୁମ୍ବା ସେସନରେ ଅଂଶଗ୍ରହଣ କରୁଥିବାର ଦେଖାଯାଉଛି। ପିଲାମାନଙ୍କୁ ଖେଳିବାକୁ, ହସିବାକୁ, ମଜା କରିବାକୁ ଏବଂ ସୁସ୍ଥ ଭାବରେ ବଢ଼ିବାକୁ ଦିଅ ବୋଲି ଶିବନକୁଟ୍ଟି କହିଛନ୍ତି। ମନ୍ତ୍ରୀ ଶେୟାର କରିଥିବା ଭିଡିଓଟି କାସାରାଗୋଡର ଥାନବିହୁଲ ଇସଲାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବୋଲି ଜଣାପଡ଼ିଛି।

ତେବେ ମୁସ୍ଲିମ ସମାଜର ଏଭଳି ବିରୋଧକୁ ଶିବନକୁଟ୍ଟେ କଡ଼ା ସମାଲୋଚନା କରିଛନ୍ତି। ମୁସଲିମ ସଂଗଠନଗୁଡ଼ିକର ପ୍ରତିକ୍ରିୟା ଉପରେ, ଶିବନକୁଟ୍ଟି କହିଛନ୍ତି ଯେ ଏପରି ଆପତ୍ତି ସମାଜରେ ନିଶା ଅପେକ୍ଷା ଅଧିକ ବିଷ ଭରିଦେବ। ଏଭଳି ଆପତ୍ତ ଶିକ୍ଷା ସୁଧାରିବା ପରିବର୍ତ୍ତେ ସାମ୍ପ୍ରଦାୟିକତା ଓ ଭେଦଭାବ ସୃଷ୍ଟି କରିବ। ସେ କହିଛନ୍ତି “କେହି ପିଲାମାନଙ୍କୁ ଛୋଟ ପୋଷାକ ପିନ୍ଧିବାକୁ କହି ନାହାଁନ୍ତି। ପିଲାମାନେ ସ୍କୁଲ ୟୁନିଫର୍ମ ପିନ୍ଧି ପ୍ରଦର୍ଶନ କରୁଛନ୍ତି।”

ଆଇନକୁ ଦର୍ଶାଇ ଶିବଙ୍କୁଟ୍ଟି କହିଛନ୍ତି ଯେ ଶିକ୍ଷା ଅଧିକାର (RTE) ଅନୁଯାୟୀ, ପିଲାମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଶିକ୍ଷା ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଆବଶ୍ୟକ। ଏହି କ୍ଷେତ୍ରରେ ପିତାମାତାଙ୍କ ପାଖରେ କୌଣସି ବିକଳ୍ପ ନାହିଁ। ତା ଛଡ଼ା ସେମାନେ ବୁଝିବା ଉଚିତ ଯେ ଏହା ଏକ ନିଶା ବିରୋଧୀ ଅଭିଯାନ ଏବଂ ସଚେତନତା ଶ୍ରେଣୀର ଅଂଶ ଭାବରେ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.