ହିନ୍ଦୁ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ପରେ ଭିଡିଓ ଭାଇରାଲ୍‌; ନେତା ସହ ୫ ଗିରଫ

add-all

ଢାକା : ବାଂଲାଦେଶରେ କୋମିଲା ଜିଲାରେ ଜଣେ ୨୭ ବର୍ଷୀୟ ହିନ୍ଦୁ ଯୁବତୀଙ୍କ ସହ ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିବା ଘଟଣା ହଇଚଇ ସୃଷ୍ଟି କରିଛି । ଯୁବତୀଙ୍କ ଭିଡିଓ କରି ତାହାକୁ ସୋସିଆଲ ମିଡିଆରେ ଭାଇରାଲ୍‌ ମଧ୍ୟ କରାଯାଇଛି । ଯୁବତୀଙ୍କ ସହ ମାର୍‌ପିଟ୍‌ ମଧ୍ୟ କରାଯାଇଛି । ଘଟଣାର ଭିଡିଓ ଆସିବା ପରେ ଢାକା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ଘଟଣାରେ ପୁଲିସ ବିଏନପିର ସ୍ଥାନୀୟ ନେତା ସମେତ ୫ ଜଣଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରହିଛି ।

ଘଟଣା ୨୬ ଜୁନ୍‌ରେ ଘଟିଥିବା ବେଳେ ୨୭ ଜୁନ୍‌ରେ ଏହାର ଭିଡିଓ ସାମ୍ନାକୁ ଆସିଥିଲା । ମିଳିଥିବା ସୂଚନାନୁସାରେ ବିଏନପି ନେତା ଫଜର ଅଲ୍ଲୀ (୩୬) ରାତି ପ୍ରାୟ ୧୧ଟାରେ ଯୁବତୀଙ୍କ ଘରେ ପଶି ତାଙ୍କୁ ମାର୍‌ପିଟ୍‌ କରିବା ସହ ଦୁଷ୍କର୍ମ କରିଥିଲେ । ଚିତ୍କାର ଶୁଣାଯିବା ପରେ ଲୋକେ ଏକାଠି ହୋଇ ଅଭିଯୁକ୍ତମାନଙ୍କୁ ଧରିବା ସହ ପୁଲିସ ଜିମା ଦେଇଥିଲେ । ଯୁବତୀ ଜଣକ ୨ ଶିଶୁର ମାଆ ଓ ସେ ହିନ୍ଦୁ ହୋଇଥିବା ପୁଲିସ କହିଛି ।

ପୁଲିସ  କହିଛି ଯେ ଏ ସମ୍ପର୍କରେ ମୁରାଦନଗର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ପୁଲିସ ଅଭିଯୁକ୍ତ ଫଜର ଅଲ୍ଲୀ ଏବଂ ଭିଡିଓ ତିଆରି କରିଥିବା ଅନ୍ୟ ଚାରି ଜଣଙ୍କୁ ଗିରଫ କରିଛି। ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଢାକା ବିଶ୍ୱବିଦ୍ୟାଳୟର ଛାତ୍ରମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରି ପୀଡିତାଙ୍କୁ ନ୍ୟାୟ ଦାବି କରିଥିଲେ।

ad-week
Leave A Reply

Your email address will not be published.