୮ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

add-all

ନୂଆଦିଲ୍ଲୀ: ଆଜିଠୁ ୮ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଘାନାରୁ ଆରମ୍ଭ ହେବାକୁ ଥିବାବେଳେ ସେ ୫ଟି ଦେଶ ଗସ୍ତ କରିବେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ  ପ୍ରଥମ ଥାନା ଗସ୍ତ ଏବଂ ୩୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଘାନା ଗସ୍ତ କରୁଛନ୍ତି। ସେଠାରେ ସେ ଘାନାର ରାଷ୍ଟ୍ରପତିଙ୍କୁ ଭେଟି ଶକ୍ତି, ଅର୍ଥନୈତିକ , ପ୍ରତିରକ୍ଷା ଏବଂ ବିକାଶ ସହଯୋଗ ପ୍ରସଙ୍ଗରେ ଆଲୋଚନା କରିବେ। ପରେ ୩-୪ ତାରିଖରେ ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତ କରିବେ ପିଏମ୍ ମୋଦୀ। ରାଷ୍ଟ୍ରପତି କ୍ରିଷ୍ଟିନ୍ ବାର୍ଲା କାଙ୍ଗାଲୁ ଏବଂ ପ୍ରଧାନମନ୍ତ୍ରୀ କମଲା ପ୍ରସାଦ ବିସେସାରଙ୍କୁ ଭେଟିବେ। ଏବଂ ସହସଦର ଏକ ମିଳିତ ଅଧିବେଶନକୁ ସମ୍ବୋଧନ କରିପାରନ୍ତି। ସେହିପରି ଜୁଲାଇ ୪ ଏବଂ ୫ ତାରିଖରେ ଆର୍ଜେଣ୍ଟିନା ଗସ୍ତ କରି ରାଷ୍ଟ୍ରପତି ଜାଭିୟର ମାଇଲିଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କରିବେ। ୫ ତାରିଖରେ ୧୭ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ପିଏମ୍। ଏହା ମୋଦୀଙ୍କର ଚତୁର୍ଥ ବ୍ରାଜିଲ୍ ଗସ୍ତ ହେବ। ଶେଷରେ ଜୁଲାଇ ୯ ତାରିଖରେ ନାମିବ୍ୟା ଗସ୍ତରେ ଯିବେ ପିଏମ ମୋଦୀ। ଏହି ସମୟରେ ସେ ଦେଶର ରାଷ୍ଟ୍ରପତି ନେତୁମ୍ବୋ ନଦୀ ନଦାଇଟ୍ବ ଙ୍କୁ ଭେଟିବେ। ଏବଂ ନାମିବ୍ୟାର ପ୍ରଥମ ରାଷ୍ଟ୍ରପତି ଡକ୍ଟର ସାମ ନୁଜୋମାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ।

ad-week
Leave A Reply

Your email address will not be published.