ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ

youtube

ଭୁବନେଶ୍ୱର: ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ। ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ବିଜେଡି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା କରୁଥିବାରୁ ସ୍ବାସ୍ଥ୍ୟ ପରୀକ୍ଷା ପରେ ଡିସଚାର୍ଜ କରାଯାଇଛି। ଜୁନ ୨୨ରେ ମୁମ୍ବାଇର କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଏବେ ନିୟମିତ ଫିଜିଓଥେରାପି କରିବାକୁ ପଡ଼ିବ।

ଡିସଚାର୍ଜ ପରେ ନିୟମିତ ଫିଜିଓଥେରାପି କରିବେ ନବୀନ ପଟ୍ଟନାୟକ। ଏନେଇ ସୂଚନା ଦେଇଛନ୍ତି ଡାକ୍ତର ରମାକାନ୍ତ ପଣ୍ଡା। ନବୀନଙ୍କ ଅପରେସନ ପାଇଁ ରାଜ୍ୟବ୍ୟାପୀ ଲୋକମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ବିଭିନ୍ନ ମନ୍ଦିର ଓ ଦେବାଳୟରେ ହୋଇଥିଲା ପୂଜାର୍ଚ୍ଚନା ଓ ଦୀପଦାନ। ୨୨ ତାରିଖରେ ହୋଇଥିଲା ଅପରେସନ। ସର୍ଜରୀ କରିଥିଲେ ପ୍ରସିଦ୍ଧ ସ୍ପାଇନ ସର୍ଜନ ଡାକ୍ତର ରାଜଶେଖର ଓ ଟିମ।

ମୋଟ ୪ ଘଣ୍ଟାର ଅପରେସନ ଥିଲା। ମୁଖ୍ୟ ଅପରେସନ ୨ ଘଣ୍ଟାରୁ କମ୍ ଥିଲା । ଅପରେସନ ସଫଳ ହୋଇଥିବା କହିଥିଲେ ଡାକ୍ତର। ପରେ ସେ ଦ୍ରୁତ ଆରୋଗ୍ୟ ଲାଭ କରୁଥିବା ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ମଧ୍ୟ କହିଥିଲେ। ଜୁନ ୨୫ରେ ଆଇସିୟୁରୁ ରୁମକୁ ସିଫଟ ହୋଇଥିଲେ ନବୀନ। ରଥଯାତ୍ରା ଦିନ ନବୀନ ଟିଭିରେ ରଥଯାତ୍ରା ଦେଖୁଥିବାର ଭିଡିଓ ମଧ୍ୟ ଆସିଥିଲା ।

Leave A Reply

Your email address will not be published.