ଭାରତ ମସୁଦର ଠିକଣା ବିଷୟରେ ସୂଚନା ଦେଲେ ଆମେ ଖୁସିରେ ଗିରଫ କରିବୁ: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ

add-all

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦାରୀ ଜୈସ-ଏ-ମହମ୍ମଦ ମୁଖ୍ୟ ମସୁଦ ଆଝାର ବିଷୟରେ ଏପରି ଏକ ବୟାନ ଦେଇଛନ୍ତି, ଯାହାକୁ ପାକିସ୍ତାନର ବାସିନ୍ଦା ବି ପ୍ରତ୍ୟାଖ୍ୟାନ କରିଦେବେ।
ଜୈସ-ଏ-ମହମ୍ମଦର ମୁଖ୍ୟାଳୟ ପାକିସ୍ତାନର ବାହାୱାଲପୁରରେ ଥିବା ନେଇ ଭାରତ ଅନେକ ଥର ପ୍ରମାଣ ଦେଇଛି। ଏଥିସହିତ ମସୁଦ ଆଝାର କେଉଁଠି ଲୁଚି ରହିଛି ଏକଥା ପାକିସ୍ତାନର ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଜାଣିଛନ୍ତି , କିନ୍ତୁ ବିଲାୱଲ ଭୁଟ୍ଟୋ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମସୁଦ ଆଝାର କେଉଁଠି ଅଛି ଆମେ ଜାଣିନାହୁଁ। ଯଦି ଭାରତ ମସୁଦ କେଉଁଠି ଅଛି ତାହାର ସ୍ପଷ୍ଟ ସୂଚନା ଦେଇ ଦେବ ଆମେ ତାକୁ ଗିରଫ କରିବାରେ ଖୁସି ବ୍ୟକ୍ତ କରିବୁ।
ଉଲ୍ଲେଖଯୋଗ୍ୟ, ଗତ ବର୍ଷ ହିଁ ମସୁଦ ଆଝାରକୁ ବାହାୱାଲପୁରରେ ଏକ କାର୍ଯ୍ୟକ୍ରମରେ ମୁକ୍ତ ଭାବରେ ବୁଲୁଥିବା ସହିତ ଭାରତ ବିରୋଧରେ ବିଷ ଓଗାଳିଥିଲା। ଜାତୀୟ ଆତଙ୍କବାଦ ନିରୋଧୀ ପ୍ରାଧିକରଣ(ନାକ୍ଟା) ଅନୁଯାୟୀ, ଉଭୟ ଲସ୍କର ଓ ଜୈସ-ଏ-ମହମ୍ମଦକୁ ପାକିସ୍ତାନ ନିଷିଦ୍ଧ କରିଥିବା ବେଳେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ଏବେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ୩୩ ବର୍ଷ ଜେଲ୍ ଦଣ୍ଡ ଭୋଗୁଛି। ସେହିପରି ଜାତିସଂଘ ଦ୍ୱାରା ବିଶ୍ୱ ଆତଙ୍କବାଦୀ ଘୋଷଣା ହୋଇଥିବା ଆଝାରକୁ ମଧ୍ୟ ନାକ୍ଟା ନିଷିଦ୍ଧ କରିଛି।
ଅନ୍ୟପକ୍ଷରେ ହାଫିଜ ଓ ମସୁଦର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ପଚରାଯିବାରୁ ବିଲାଵଲ କହିଛନ୍ତି ଯେ ହାଫିଜ ଏବେ ଜେଲରେ ଥିବା ବେଳେ ଇସଲାମାବାଦ ବିଶ୍ୱାସ କରୁଛି ଯେ ମସୁଦ ଆଫଗାନିସ୍ତାନରେ ରହିଛି।
ମସୁଦକୁ ନେଇ ବିଲାୱଲଙ୍କ ଏଭଳି ବୟାନକୁ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଉଛି। ମସୁଦ ପାକିସ୍ତାନରେ ହିଁ ଅଛି ଏବଂ ତାକୁ ପୁଲିସ ଓ ସେନାର ସୁରକ୍ଷା ଦିଆଯାଉଥିବା ବେଳେ ବିଲାୱଲଙ୍କ ବୟାନକୁ ନେଇ ଅନେକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.