ସ୍ତ୍ରୀ ନିର୍ଯାତନା ସହି ନ ପାରି ଇଚ୍ଛାମୃତ୍ୟୁ ମାଗିଲେ ସ୍ଵାମୀ

add-all

ଲକ୍ଷ୍ନୌ : ଉତ୍ତରପ୍ରଦେଶର ମୁଜଫ୍ଫରନଗରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀର ନିର୍ଯାତନା ସହି ନ ପାରି ଜଣେ ଯୁବକ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ଗାନ୍ଧୀନଗର କଲୋନୀରେ ରହୁଥିବା ସୁମିତ ସୈନି ନାମକ ଯୁବକ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏପରି ଆବେଦନ କରିଛନ୍ତି।
ସୁମିତ ଏକ ବ୍ୟାନର ବି ସାଙ୍ଗ​‌ରେ ନେଇ ଯାଇଥିଲେ। ସେଥିରେ ଲେଖାଯାଇଛି ଯେ, ଜଣେ ଗରିବର ଗୁହାରି, ଇଚ୍ଛାମୃତ୍ୟୁ ପାଇଁ ଆବେଦନ। ସୁମିତ କହିଛନ୍ତି ଯେ, ବର୍ଷକ ତଳେ ଅର୍ଥାତ ଗତବର୍ଷ ଜୁଲାଇ ୧ରେ କୁକଡ଼ା ଗାଁର ପିଙ୍କି ନାମ୍ନୀ ଯୁବତୀଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ବିବାହ ପରଦିନ ସ୍ତ୍ରୀ କହିଥିଲେ ଯେ ତାଙ୍କ ଇଚ୍ଛା ବିରୋଧରେ ବିବାହ ହୋଇଛି ଏବଂ ସେ ଅନ୍ୟ ଜଣେ ଯୁବକକୁ ଭଲ ପାଉଛନ୍ତି। ସେବେଠାରୁ ତାଙ୍କ ସ୍ତ୍ରୀ ତାଙ୍କ ସହିତ ନିୟମିତ କଳିଝଗଡ଼ା କରିଆସୁଛନ୍ତି। କେବଳ ଏତିକି ନୁହେଁ, ତାଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ବି ମାରୁଛନ୍ତି।
ବିଗତ ୬ ମାସ ହେବ ସ୍ତ୍ରୀ ବାପ ଘରେ ରହୁଛନ୍ତି। ସେଠାରେ ରହି ଫୋନରେ ଧମକ ଦେବା ସହିତ ଗୁଣ୍ଡା ପଠାଇ ତାଙ୍କ ମାଡ଼ ମାରୁଛନ୍ତି। ସୁମିତ ଆହୁରି କହିଛନ୍ତି, ବିବାହ ପୂର୍ବରୁ ତାଙ୍କ ବୟସ ଗୁପ୍ତ ରଖାଯାଇଥିଲା। ତାଙ୍କୁ ୨୭ ବର୍ଷ ହୋଇଥିବାବେଳେ ସ୍ତ୍ରୀଙ୍କ ବୟସ ୩୫ ବର୍ଷ। ସେ କୋର୍ଟକୁ ଯାଇ ନିଜ ସ୍ତ୍ରୀଙ୍କୁ ଫେରାଇ ଆଣିବାକୁ ସେକ୍ସନ ୯ ଅନୁସାରେ ମାମଲା ରୁଜୁ କରିଥିଲେ। କିନ୍ତୁ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ପରିବାର ଲୋକେ ମିଥ୍ୟା ମାମଲା କରି ମାନସିକ ନିର୍ଯାତନା ଦେଉଛନ୍ତି। ଏସବୁ ଭିତରେ ତାଙ୍କର ବଞ୍ଚିବାର ଇଚ୍ଛା ଶେଷ ହୋଇଯାଇଥିବା ଦର୍ଶାଇ ସୁମିତ ଜିଲାପାଳଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି।

ad-week
Leave A Reply

Your email address will not be published.