ଦିଲ୍ଲୀ ହାଇକୋର୍ଟରୁ ତୁର୍କୀ କମ୍ପାନୀ ସେଲେବିକୁ ଝଟକା

youtube

ନୂଆଦିଲ୍ଲୀ : ତୁର୍କୀ କମ୍ପାନୀ ସେଲେବି ଏୟାରପୋର୍ଟ ସର୍ଭିସେସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡକୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ଲାଗିଛି। ବ୍ୟୁରୋ ଅଫ୍ ସିଭିଲ ଏଭିଏସନ ସିକ୍ୟୁରିଟି (ବିସିଏଏସ୍) ଦ୍ୱାରା ସୁରକ୍ଷା ମଞ୍ଜୁରୀ ରଦ୍ଦ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ସେଲେବିର ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସରକାରଙ୍କ ନିଷ୍ପତ୍ତି ଜାତୀୟ ସୁରକ୍ଷାକୁ ଧ୍ୟାନରେ ରଖି ନିଆଯାଇଥିଲା।
ଗତ ମେ ମାସରେ ହୋଇଥିବା ଅପରେସନ ସିନ୍ଦୂର ସମୟରେ ତୁର୍କୀ ପାକିସ୍ତାନକୁ ସାମରିକ ସହାୟତା ଯୋଗାଇଥିଲା। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମେ ୧୫ରେ ତୁର୍କୀ କମ୍ପାନି ସେଲେବିର ସୁରକ୍ଷା ମଂଜୁରୀ ରଦ୍ଦ କରିଦେଇଥିଲେ ।
ଏହାକୁ ସେଲେବି ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଏହା ନ୍ୟାୟର ଅବଧାରଣାର ବିରୁଦ୍ଧାଚରଣ କରୁଛି । ଏହାର ଜବାବରେ ବିସିଏଏସ୍ର ଓକିଲ ଏହି କାର୍ଯ୍ୟାନୁଷ୍ଠାନ ସପକ୍ଷରେ ଯୁକ୍ତି ବାଢିଥିଲେ ଓ କହିଥିଲେ ଯେ ବିମାନଗୁଡ଼ିକର ସୁରକ୍ଷା ପ୍ରତି ବିପଦ ଥିବା କଥା ଦର୍ଶାଇଥିଲେ ।
ସେଲେବି ଏୟାରପୋର୍ଟ ସର୍ଭିସେସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଏବଂ ସେଲେବି ଦିଲ୍ଲୀ କାର୍ଗୋ ଟର୍ମିନାଲ ମ୍ୟାନେଜମେଣ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଦେଶର ବିଭିନ୍ନ ବିମାନବନ୍ଦରରେ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଏବଂ କାର୍ଗୋ ଟର୍ମିନାଲ କାର୍ଯ୍ୟର ପରିଚାଳନା କରିଥାଏ ।

Leave A Reply

Your email address will not be published.