ଟ୍ରମ୍ପଙ୍କ ନୂଆ ଦାବି ଭାରତ-ପାକ୍ ସଂଘର୍ଷରେ ଖସିଥିଲା ୫ ବିମାନ

add-all

ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ୪-୫ଟି ଲଢ଼ୁଆ ବିମାନ ଖସାଇ ଦିଆଯାଇଥିଲା। ସେ ପୁଣି ଥରେ ଦାବି କରିଛନ୍ତି ଯେ ସେ ବାଣିଜ୍ୟଚୁକ୍ତି ନାମରେ ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶ ମଧ୍ୟରେ ଯୁଦ୍ଧବିରତି ମଧ୍ୟସ୍ଥତା କରିଥିଲେ।

ଯଦିଓ ଆମେରିକା ରାଷ୍ଟ୍ରପତି ହ୍ୱାଇଟ୍ ହାଉସରେ କିଛି ରିପବ୍ଲିକାନ୍ ସାଂସଦଙ୍କ ସହ ରାତ୍ରୀଭୋଜନ ସମୟରେ ଏହି ମନ୍ତବ୍ୟ ଦେଇଥିଲେ, କିନ୍ତୁ ସେ ସ୍ପଷ୍ଟ କରିନଥିଲେ ଯେ ଏହି ଲଢ଼ୁଆ ବିମାନଗୁଡ଼ିକ ଭାରତର କି ପାକିସ୍ତାନର। ଟ୍ରମ୍ପ କହିଛନ୍ତି, ‘ପ୍ରକୃତରେ ବିମାନଗୁଡ଼ିକୁ ଆକାଶରେ ଥିବାବେଳେ ଗୁଳି କରାଯାଇ ଖସାଇ ଦିଆଯାଉଥିଲା। ପାଞ୍ଚ, ପାଞ୍ଚ, ଚାରି କିମ୍ବା ପାଞ୍ଚ, କିନ୍ତୁ ମୁଁ ଭାବୁଛି ପ୍ରକୃତରେ ପାଞ୍ଚଟି ଜେଟ୍ ଖସାଇ ଦିଆଯାଇଛି।’

ଟ୍ରମ୍ପଙ୍କ ଏହି ଦାବି ପରେ ପୁଣି ଥରେ ବିବାଦ ଉଠିବାର ଆଶଙ୍କା ରହିଛି । ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ଦାବି କରିଥିଲା ଯେ ସେ ଭାରତର ୫ଟି ରାଫେଲ ବିମାନ ଖସାଇଦେଇଛି । ତେବେ ପାକିସ୍ତାନ ଏହାର କୌଣସି ତଥ୍ୟ ପ୍ରମାଣ ଦେଇନଥିଲା । ଅନ୍ୟପକ୍ଷରେ ମେ ୧୦ ତାରିଖରେ ଭାରତ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏୟାର ମାର୍ସାଲ ଏ.କେ.ଭାରତୀ କହିଥିଲେ ଯେ ଭାରତୀୟ ବାୟୁସେନା ପାକିସ୍ତାନର କେତେକ ଅତ୍ୟାଧୁନିକ ଲଢୁଆ ବିମାନକୁ ଖସାଇଦେଇଛି । 

ad-week
Leave A Reply

Your email address will not be published.