ଅଧ୍ୟାପିକାଙ୍କୁ କଲେଜ ଅଧ୍ୟକ୍ଷ ନିର୍ଯାତନା ଅଭିଯୋଗ , ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ମାଗିଲେ ନ୍ୟାୟ

youtube

ଆଠଗଡ଼: ଶ୍ରୀ ଶ୍ରୀ ଧବଳେଶ୍ଵର ମହାବିଦ୍ୟାଳୟରେ ଅଧ୍ୟାପିକାଙ୍କୁ କଲେଜ ଅଧ୍ୟକ୍ଷ ନିର୍ଯାତନା ଦେବା ଘଟଣା ।  ଗତ ୨୦ରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ନ୍ୟାୟ ମାଗିବା ଚିଠି ସାମାଜିକ ଗଣମାଧ୍ୟମରେ ଘୁରି ବୁଲିଥିଲା । ଏନେଇ ପରେ ମୁହଁ ଖୋଲିଲେ ସଂପୃକ୍ତ ଅଧ୍ୟାପିକା । ଅଭିଯୋଗ ସତ କହିବା ସହ ଏହା ଗତ କାଲିର ନୁହେଁ ବରଂ ଜାନୁଆରୀ ୨୦ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିବା ସ୍ପଷ୍ଟ କଲେ ଅଧ୍ୟାପିକା । ଏହି ଘଟଣାରେ ଆଜି ପର୍ଯ୍ୟନ୍ତ କୌଣସି ନ୍ୟାୟ ମିଳିନଥିବା କହିଛନ୍ତି ।

ଏବେ ଏଫ୍ ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ପରେ ଆଜି କାହିଁକି ଏହା ଉଠା ଯାଉଛି ବୋଲି ଗଣମାଧ୍ୟମକୁ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଜବାବ ରଖିଛନ୍ତି କଲେଜ ଅଧ୍ୟକ୍ଷ । ସମସ୍ତ ତଦନ୍ତକୁ ସାମନା କରିବାର ସତ୍ ସାହାସ୍ ମୋର ଅଛି । ମୋତେ ଜାଣି ଶୁଣି ବଦନାମ କରାଯାଉଥିବା କହିବା ସହ ମୋତେ ନ୍ୟାୟ ନମିଳିଲେ କଲେଜ ଆଗରେ ପେଟ୍ରୋଲ ଢାଳି ଆତ୍ମହୁତିର ଧମକ ଦେଇଛନ୍ତି ।

Leave A Reply

Your email address will not be published.