
ଭୁବନେଶ୍ବର: ତଳ ସ୍ତରରେ କିଭଳି ସ୍ବାସ୍ଥ୍ୟ ସେବା ପହଞ୍ଚିବ । ସେଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । କଟକ ଏସସିବି ଓ ଭୁବନେଶ୍ବର କ୍ୟାପିଟାଲ ହସ୍ପପିଟାଲ ଭଳି ବଡ଼ ଡାକ୍ତରଖାନାଗୁଡ଼ିକରୁ ଚାପ କମାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ବଡ ପଦକ୍ଷେପ ନେଇଛି । ଏନେଇ ଆଗକୁ ସବୁ ଗ୍ରାମ ପଞ୍ଚାୟତ ଗୁଡିକରେ ଆୟୁଷମାନ ଆରୋଗ୍ୟ ମନ୍ଦିର ଖୋଲାହେବ ।
ଏହା ପ୍ରାଇମେରୀ ହେଲଥ ସେଣ୍ଟର ପରି ଏହା କାମ କରିବ । ସେଥିରେ CHO ଏବଂ ଦୁଇ ଜଣ ଷ୍ଟାଫ ରହିବେ । ଏଠାରେ କେଉଁମାନେ ସ୍ବାସ୍ଥ୍ୟ ସେବା ପାଇବାକୁ ଯୋଗ୍ୟ ଏବଂ ସ୍ବାସ୍ଥ୍ୟ ସେବା କିପରି ଚାଲିଛି ତାହା ତଦାରଖ କରିବେ ଆଶା ଦିଦି ଓ ଏଏନଏମ୍ ।
ସାମାନ୍ୟ ଜ୍ବର ହେଲେ ରୋଗୀ ସବସେଣ୍ଟରକୁ ଯାଉଛନ୍ତି । ସେହିପରି PHC, CHCକୁ ବି ଯାଉଛନ୍ତି । ସେଇ ଜ୍ବର ରୋଗୀ ପୁଣି କ୍ୟାପିଟାଲ ହସ୍ପିଟାଲକୁ ଯାଉଛନ୍ତି । ପରେ କଟକ ବଡ଼ ମେଡିକାଲକୁ ଯାଉଛନ୍ତି । ସେଥିପାଇଁ ବଡ଼ ଡାକ୍ତରଖାନା ଗୁଡ଼ିକରି ଚାପକିଭଳି କମିବ ସେନେଇ ସରକାର ଯୋଜନା କରୁଛନ୍ତି ।
କମ୍ୟୁନିଟି ହେଲଥ୍ ଅଫିସର ଯେଉଁମାନେ ଗ୍ରାମାଞ୍ଚଳରେ ଅଛନ୍ତି, ବିଶେଷ କରି ତାଙ୍କ ପୋଷ୍ଟିଂ ହେଉଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ । ବିଶେଷ କରି ତଳ ସ୍ତରର ଯେଉଁ ଅଫିସର ଅଛନ୍ତି କମ୍ୟୁନିଟି ହେଲଥ୍ ଅଫିସର ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ।
ଆୟୁଷମାନ ଆରୋଗ୍ୟ ମନ୍ଦିରରେ ୧୨୦ ପ୍ରକାର ମେଡିସିନ ମାଗଣାରେ ଦିଆଯାଉଛି । କମ୍ୟୁନିଟି ହେଲଥ୍ ଅଫିସରମାନଙ୍କୁ ସ୍ଵତନ୍ତ୍ର ଭାବେ ଦାୟିତ୍ଵ ଦିଆଯାଇଛି । ସେମାନେ ୧୨୦ ପ୍ରକାର ମେଡିସିନରୁ ହିଁ ଲେଖିବେ। ତା ବାହାରେ ଲେଖିବେ ନାହିଁ । ଗାଇଡଲାଇନ୍ ଅନୁସାରେ ୧୨୦ ପ୍ରକାର ମେଡିସିନ ଭିତରୁ ହିଁ ଲେଖିବେ । ସରକାରଙ୍କ ପକ୍ଷରୁ ଏହି ମେଡିସିନ ବ୍ୟବସ୍ଥା କରାଯାଇଛି ।
ବ୍ଲଡ ପ୍ରେସର, ଡାଇବେଟିସ ଏଇସବୁ ଯେଉଁ ମେଡିସିନ ଦିଆଯାଉଛି । ତାକୁ ନେଇ ଟ୍ରାକିଂ କରାଯାଉଛି । ଡାଟାବେସ୍ କରାଯାଉଛି । ୧୬ ପ୍ରକାର ଟେଷ୍ଟ କରାଯାଉଛି ।