NCERT ପାଠ୍ୟପୁସ୍ତକରୁ ପାଇକ ବିଦ୍ରୋହ ବାଦ ପ୍ରସଙ୍ଗ, ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ

youtube

ଭୁବନେଶ୍ୱର : NCERT ଅଷ୍ଟମ ଶ୍ରେଣୀ ନୂଆ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ Exploring Society: India and Beyond”ରୁ ଓଡ଼ିଶାର ଐତିହାସିକ ପାଇକ ବିଦ୍ରୋହକୁ ବାଦ ଦେଇଛି ।  ପାଇକ ବିଦ୍ରୋହ ବିଷୟ ହଟିବା ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି  ।  ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ ଏକ ପୋଷ୍ଟ କରି ଲେଖିଛନ୍ତି, ପାଇକ ବିଦ୍ରୋହ ଓଡ଼ିଶା ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ ।

୧୮୧୭ରେ ଓଡ଼ିଶାର ବୀର ପାଇକମାନେ ଅଭୂତପୂର୍ବ ସାହସ ପ୍ରଦର୍ଶନ କରି ବ୍ରିଟିଶ ଶାସନ ବିରୋଧରେ ଲଢ଼ିଥିଲେ  । ଏହାକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି  ।  ନାସନାଲ କାଉନସିଲ ଅଫ ଏଜକେସନନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ-ଏନସିଇଆରଟି ସାମାଜିକ ପାଠ୍ୟପୁସ୍ତକରୁ ପାଇକ ବିଦ୍ରୋହ ବିଷୟ ବାଦ ଦେବା ଆମର ବୀର ପାଇକଙ୍କ ପ୍ରତି ଘୋର ଅସମ୍ମାନ  ।  ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ପାଇକ ବିଦ୍ରୋହ ସଂଘଟିତ ହୋଇଥିଲା  ।  ଏହା ବ୍ରିଟିଶ ଶାସନ ବିରୋଧରେ ଜନ ଆନ୍ଦୋଳନ ପାଇଁ ଆଲୋକବର୍ତ୍ତିକା ଥିଲା ବୋଲି ନବୀନ କହିଛନ୍ତି  ।

Leave A Reply

Your email address will not be published.