ଅନଲାଇନରେ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଚାଲାଣ ରାକେଟ ଠାବ: ୧୦୦ କୋଟିର କୋକେନ ଓ ଗଞ୍ଜେଇ ଜବତ

add-all

ହ୍ବାଟ୍ସଆପ୍‌ କଲ୍‌ ସେଣ୍ଟର ଖୋଲି ଅନଲାଇନରେ ହେଉଥିଲା ନିଶାଦ୍ରବ୍ୟ ଚାଲାଣ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ ଚାଲାଣ କରୁଥିଲେ ବିଦେଶୀ ମାଫିଆ। ଆଉ ଏହାର କିଙ୍ଗପିନ୍ ଥିଲେ ନାଇଜେରୀୟ ଯୁବକ। ଅନଲାଇନରେ ଅର୍ଡର କଲେ ଠିକଣା ଜାଗାରେ ପହଞ୍ଚି ଯାଉଥିଲା କୋକେନ, ଗଞ୍ଜେଇ। ଏଭଳି ଏକ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଚାଲାଣ ରାକେଟକୁ ଠାବ କରିଛି ଦିଲ୍ଲୀ ପୁଲିସ। ଏହି ଘଟଣାରେ ନାଇଜେରୀୟ କିଙ୍ଗପିନ କାଲିଷ୍ଟସ ସମେତ ୫ ବିଦେଶୀ ମାଫିଆଙ୍କୁ ପୁଲିସ ଗିରଫ କରିବା ସହିତ ୧୦୦ କୋଟି ଟଙ୍କାର କୋକେନ ଏବଂ ଗଞ୍ଜେଇ ଜବତ କରିଛି। ଅତି ସଂଘଠିତ ଭାବେ ଏମାନେ ଏହି ରାକେଟ ପରିଚାଳନା କରୁଥିଲେ।

ଦିଲ୍ଲୀ ପୁଲିସ ସ୍ପେଶାଲ କମିସନର(କ୍ରାଇମ) ଦେବେଶ ଶ୍ରୀବାସ୍ତବ କହିଛନ୍ତି, ଏହି ସିଣ୍ଡିକେଟ ମାଲେସିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଜାପାନ ଏବଂ ବ୍ରିଟେନରେ କାର୍ଯ୍ୟ କରୁଛି। ହ୍ବାଟ୍ସଆପ୍‌ ଜରିଆରେ ଏକ କଲସେଣ୍ଟର ମଡେଲ ବ୍ୟବହାର କରି ଡେଲିଭରି ଆପ୍‌ରେ ଯେପରି ଖାଦ୍ୟ ଦିଆଯାଏ ଠିକ ସେହିପରି ଏମାନେ ନିଶାଦ୍ରବ୍ୟ ଡେଲିଭରି କରୁଥିଲେ।

ଶ୍ରୀବାସ୍ତବ କହିଛନ୍ତି, ପଶ୍ଚିମ ଦିଲ୍ଲୀର ମୋତି ନଗରରେ ଥିବା ଏକ କୋରିଅର କେନ୍ଦ୍ରରେ ଚଢ଼ାଉ ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏଠାରେ ଅନଲାଇନରେ ବିଭିନ୍ନ ସାମଗ୍ରୀ ଡେଲିଭରି କରିବା ଆଳରେ ଲୁଚାଛପାରେ ନିଶାଦ୍ରବ୍ୟ ଡେଲିଭରି କରାଯାଉଥିଲା। ତଦନ୍ତ ପରେ ଗଡଓ୍ବିନ ଜନ୍, କେଲେଚି ଚିକଓ୍ବେ ଏବଂ ଇବେ ଚିନେଡୁ ନାମକ ୩ ଜଣ ନାଇଜେରୀୟ ଯୁବକ ଏବଂ ଅନ୍ୟ ଜଣେ ବିଦେଶୀ କାଉଲେ ଫିଲିପଙ୍କୁ ଗିରଫ କରାଯାଇଛି। ଏ ସମସ୍ତଙ୍କ କିଙ୍ଗପିନ କାଲିଷ୍ଟସଙ୍କୁ ମଧ୍ୟ ଗିରଫ କରାଯାଇଛି। କାଲିଷ୍ଟସ ପଶ୍ଚିମ ଆଫ୍ରିକାରୁ ନିଶାଦ୍ରବ୍ୟର ଗ୍ଲୋବାଲ ସପ୍ଲାଇ ଚେନ୍‌କୁ ନିୟନ୍ତ୍ରଣ କରୁଥିଲା।

ad-week
Leave A Reply

Your email address will not be published.