
ଭୁବନେଶ୍ୱର : ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ନୂଆ ଫର୍ମାଟରେ ମଗାଯାଇଥିବା ସମସ୍ତ ତଥ୍ୟ ରିପୋର୍ଟ କାର୍ଡରେ ରହିଛି ।
ସମବାୟ, ହସ୍ତଶିଳ୍ପ ବିଭାଗର ବର୍ଷକରେ ହାତକୁ ନିଆଯାଇଥିବା ଓ କାର୍ଯ୍ୟକାରୀ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ ତଥ୍ୟ ରିପୋର୍ଟ କାର୍ଡରେ ରହିଛି । ସୋସିଆଲ ମିଡିଆ ରିପୋର୍ଟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି । ଗତ ୧୩ ମାସ ମଧ୍ୟରେ ଦୁଇଥର ରିପୋର୍ଟ ଦେଇଛନ୍ତି ମନ୍ତ୍ରୀ ।