ମାଛଗାଁ କେନାଲ ବନ୍ଧରେ ୧୦ ଫୁଟର ଘାଇ ସୃଷ୍ଟି

youtube

ଜଗତସିଂହପୁର : ମାଛଗାଁ କେନାଲରେ ୧୦ ଫୁଟର ଘାଇ ।  ଲୋକଙ୍କ ଘରେ ପଶିଲା ପାଣି ।  ଜଗତସିଂହପୁର-କଟକ ରାସ୍ତାର ତରିକୁନ୍ଦ ନିକଟ ମାଛଗାଁ କେନାଲ ବନ୍ଧରେ ୧୦ଫୁଟର ଘାଇ ସୃଷ୍ଟି ହୋଇଛି ।  ଫଳରେ ଲୋକଙ୍କ ଘର ଓ ଦୋକାନ ଘରେ ପଶିଛି ଆଣ୍ଠୁଏ ଆଣ୍ଠୁଏ ପାଣି ।

ଏପରିକି ତରକୁନ୍ଦ ପଂଚାୟତ କାର୍ଯ୍ୟାଳୟ, ଫାଣ୍ଡି, ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ମଧ୍ୟ ପାଣି ପଶିଛି । ନଦୀବନ୍ଧ ଦୁର୍ବଳ ଥିବା ଘାଇ ସୃଷ୍ଟି ହୋଇଥିବା କହିଛନ୍ତି ସ୍ଥାନୀୟ ଲୋକ।  ଘଟଣାସ୍ଥଳରେ ପହଂଚି ଅନୁଧ୍ୟାନ କରୁଛନ୍ତି ରଘୁନାଥପୁର ତହସିଲଦାର ।

Leave A Reply

Your email address will not be published.