ଜଗତସିଂହପୁର ଜିଲ୍ଲାରେ ବଢୁଛି ଜଣ୍ଡିସ୍; ୫ ଦିନରେ ୪୦ରୁ ଅଧିକ ଆକ୍ରାନ୍ତ

youtube

ଜଗତସିଂହପୁର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝାଡ଼ା ବାନ୍ତି ପରେ ଏବେ ଜଣ୍ଡିସ୍ ରୋଗ ବ୍ୟାପିଲାଣି । ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଦଣ୍ଡାସାହି ଗାଁରେ ଜଣ୍ଡିସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୫ ଦିନ ଭିତରେ ୪୦ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

ଦୂଷିତ ପାଣି ଯୋଗୁଁ ଜଣ୍ଡିସ୍ ବ୍ୟାପୁଥିବା ସୂଚନା ମିଳିଛି । ତେବେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ପାଣିର ନମୂନା ସଂଗ୍ରହ କରିବା ସହ ଗାଁରେ ପହଞ୍ଚି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛି ।

Leave A Reply

Your email address will not be published.