ଆସନ୍ତା ୩୧ ତାରିଖରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା, ପ୍ରଶ୍ନପତ୍ର ଭାଇରଲ ପାଇଁ ଥିଲା ସ୍ଥଗିତ

newyr25

 କଟକ : ଆସନ୍ତା ୩୧ ତାରିଖରେ ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ପ୍ରଶ୍ନପତ୍ର ଭାଇରଲ ପାଇଁ ପରୀକ୍ଷା ଥିଲା ସ୍ଥଗିତ । ଗତ ୨୦ ତାରିଖରେ ହେବାର ଥିଲା ଓଟିଇଟି ପରୀକ୍ଷା। ପ୍ରଶ୍ନପତ୍ର ଭାଇରଲ ହେବା ପରେ ସରକାର ପରୀକ୍ଷାକୁ ସ୍ଥଗିତ ରଖିଥିଲେ । ପ୍ରଶ୍ନପତ୍ର ଲିକ୍ ର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି ।

OTET ପ୍ରଶ୍ନପତ୍ର ଲିକ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା । ମୋହନ ମାଝୀଙ୍କ ସରକାରରେ ଶୁନ୍ୟ ସହନଶୀଳତା ନୀତି ଆପଣା ଯାଇଛି। ଏଥିରେ ଯେଉଁମାନେ ବି ସମ୍ପୃକ୍ତ କାହାରିକୁ ଛଡ଼ାଯିବନି। ଯିଏ ବି କରିଛି ଯେତେ ବଡ଼ ଲୋକ ହେଉ ଥାଉ ନା କାହିଁକି କାହାରିକୁ ଛଡ଼ା ଯିବ ନାହିଁ। କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ଯିଏ ଦୋଷୀ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।

ପ୍ରଶ୍ନପତ୍ର ଲିକ୍ ରେ ଶିକ୍ଷକଙ୍କ ହାତ ରହିଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ DIG ବି ଗଙ୍ଗାଧର । ପ୍ରଶ୍ନପତ୍ର ଲିକ୍ ରେ ଶିକ୍ଷକଙ୍କ ହାତ ରହିଛି । ବୋର୍ଡ ଅଫିସ କର୍ମଚାରୀଙ୍କୁ ହୋଇଛି ପଚରାଉଚରା । କେମିତି ପାସ୍ ୱାର୍ଡ ମିଳିଲା ଚାଲିଛି ତଦନ୍ତ । ଏହି ଘଟଣାରେ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ୭ ଜଣଙ୍କଠାରୁ କାହାପାଖକୁ ପ୍ରଶ୍ନପତ୍ର ଯାଇଛି ତଦନ୍ତ ହେଉଛି । ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କ୍ରାଇମବ୍ରାଞ୍ଚ DIG ସୂଚନା ଦେଇଛନ୍ତି ।

Leave A Reply

Your email address will not be published.