
କଟକ : ବଡ଼ମ୍ବା ଚିନିକଳ ଖୋଲିବା ନେଇ ଆଶା ଉଜ୍ଜୀବିତ ହୋଇଛି । ଏହା କହିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାଏବ ସିନ୍ଦେ। ଗତକାଲି କେନ୍ଦ୍ରୀୟ ଟିମ ବଡ଼ମ୍ବାରେ ସୁଗାର ମିଲ ବୁଲି ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ବିଶେଷକରି ଜଳ ସେଚନ ସୁବିଧା, ବିଦ୍ୟୁତ ଯୋଗାଣ, ଶ୍ରମ ସମସ୍ୟା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି । ଜିଲ୍ଲା ପ୍ରଶାସନ ସବୁ ସହଯୋଗ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବା କହିଛନ୍ତି କଟକ ଜିଲ୍ଲାପାଳ।