
ପାଟନା : ବିହାରର ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ) ନେତା ତେଜସ୍ଵୀ ଯାଦବ ମିଛ କହି ଧରାପଡ଼ିଛନ୍ତି। ଶନିବାର ତେଜସ୍ଵୀ ଭାରତୀୟ ନିର୍ର୍ବାଚନ ଆୟୋଗ(ଇସିଆଇ)ଙ୍କ ବିରୋଧରେ ଅଭିଯୋଗ ଆଣି ଚିଠା ଭୋଟର ତାଲିକାରେ ତାଙ୍କ ନାମ ନ ଥିବା କହିଥିଲେ। ନିର୍ବାଚନ ଆୟୋଗ ବିହାରରେ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର) କାର୍ଯ୍ୟକାରୀ କରିବା ପରେ ଜାରି କରିଥିବା ଚିଠା ଭୋଟର ତାଲିକାରେ ତାଙ୍କ ନାମ ନ ଥିବା ତେଜସ୍ଵୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ।
ତେବେ ତେଜସ୍ଵୀଙ୍କ ଏପରି ଅଭିଯୋଗକୁ ଇସିଆଇ ଖଣ୍ଡନ କରିଛନ୍ତି। ତେଜସ୍ଵୀଙ୍କ ନାମ ରହିଛି ବୋଲି ଆୟୋଗ କହିବା ସହିତ ଏହାର ଏକ ନକଲ ବାହାର କରି ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଯାହାଫଳରେ ତେଜସ୍ଵୀ ମିଛ କହି ଜନସାଧାରଣଙ୍କୁ ବିଭ୍ରାନ୍ତ କରାଉଥିବା ସ୍ପଷ୍ଟ ହୋଇଛି।
ତେଜସ୍ଵୀ ଆହୁରି ଅଭିଯୋଗ କରିଥିଲେ ଯେ, ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାୟ ୨୦ରୁ ୩୦ ହଜାର ଲେଖାଏ ମତଦାତାଙ୍କ ନାମକୁ କାଟି ଦିଆଯାଇଛି। ପ୍ରାୟ ୬୫ ଲକ୍ଷ ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି।