ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା, ସାମ୍ନାକୁ ଆସିବ ବଳଙ୍ଗା ସତ

youtube

ଭୁବନେଶ୍ୱର : ବଳଙ୍ଗା ସତ ନିଶ୍ଚିତ ସାମ୍ନାକୁ ଆସିବ।  ଖୁବ ଶୀଘ୍ର ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।  ପୋଲିସ ପ୍ରଶାସନ ନିଷ୍ଠାର ସହ ତଦନ୍ତ କରୁଥିବା ସେ କହିଛନ୍ତି । ପୀଡ଼ିତାଙ୍କ ପରିବାର ଏକ ଗରିବ ପରିବାର ।  ତାଙ୍କୁ କିଭଳି ଓ କଣ ସହାୟତା ପ୍ରଦାନ କରାଯିବ ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।

ରାଜ୍ୟ ସରକାର ପୀଡ଼ିତାଙ୍କ ପରିବାର ସହ ଅଛନ୍ତି, ସବୁ କରିବାକୁ ପ୍ରସ୍ତୁତ ।  ଝିଅ ପରିବାର ବହୁତ ଗରିବ, ସେମାନଙ୍କୁ ସରକାର ସବୁ ସୁବିଧା ଯୋଗାଇଦେବେ । ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ପରିବାର ପାଇଁ ଯାହା କରିବାର ଅଛି କରିବୁ । ଶେଷ ଯାଏଁ ପୋଲିସ ଉପରେ ଭରସା ରଖନ୍ତୁ, ଯାହା ସତ୍ୟ ପଦାକୁ ଆସିବ ।

Leave A Reply

Your email address will not be published.