ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ, ଅଗଷ୍ଟ ୧୪ ତାରିଖରେ ପଦଯାତ୍ରା

youtube

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି । ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ  ।  ଅଗଷ୍ଟ ୧୪ ତାରିଖରେ ପଦଯାତ୍ରା ସହ ସାଧାରଣ ସଭା ଆୟୋଜିତ ହେବ  । ପଦଯାତ୍ରା ଏଫ୍ ଏମ୍ କଲେଜରୁ ବାହାରିବ । ସାଧାରଣ ସଭା ମଧ୍ୟ ଅନୁଷ୍ଠିତ ହେବ । ବଳଙ୍ଗାରୁ ନିମାପଡ଼ା ପର୍ଯ୍ୟନ୍ତ ପଦଯାତ୍ରା କରିବ କଂଗ୍ରେସ  । ନିମାପଡାରେ ସାଧାରଣ ସଭା ଅନୁଷ୍ଠିତ ହେବ  ।

ପୀଡ଼ିତାଙ୍କ ମୃତୁ ପରେ ବି ତାଙ୍କୁ ନ୍ୟାୟ ମିଳିଲା ନାହିଁ  । ପୀଡିତା ଯେତେ ବେଳେ ହପ୍ସିଟାଲ ଆସିଥିଲେ ନିଜେ ହୁଇଲ ଚେୟାର ବସିକି ଆସିଥିଲେ  ।  କେଉଁ ପରିସ୍ଥିତିରେ ତାଙ୍କର ମୃତୁ ହେଲା  ।  ଏବେ ପ୍ରଶ୍ନ ଆସୁଛି ତାଙ୍କୁ କାହିଁକି ଦିଲ୍ଲୀ ଏମ୍ସକୁ ସିଫ୍ଟ କରାଗଲା ବୁଝାପାଡିଲା ନାହିଁ  ।  ବିଜେପି ନେତା କହିଲେ ସ୍ୱାସ୍ଥ୍ୟ ଅବସ୍ଥା ଉନ୍ନତି ହେଉଛି  । ତେବେ ତାଙ୍କର ମୃତ୍ୟୁ କେମିତି ହେଲା  । ପୀଡ଼ିତାଙ୍କ ଷ୍ଟେଟମେଣ୍ଟ ମଧ୍ୟ ୩ ଥରରୁ ଅଧିକ ସମୟ ରେକର୍ଡ ହୋଇଛି  ।  ସେତେବେଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା କିପରି ଥିଲା ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ।

Leave A Reply

Your email address will not be published.