ସୋଭନା ମହାନ୍ତି ନୂଆ ମହିଳା କମିଶନ ଅଧ୍ୟକ୍ଷା, ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର

add-all

ଭୁବନେଶ୍ୱର : ସୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା । ୩ ବର୍ଷ ପାଇଁ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବେ ବବିତା ପାତ୍ର ନିଯୁକ୍ତ ହୋଇଛନ୍ତି । ୩ ବର୍ଷ ପାଇଁ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ମଙ୍ଗଳବାର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସେହିପରି ଶିଶୁ ସୁରକ୍ଷା ଆୟୋଗରେ ସ୍ଥାନ ପାଇଛନ୍ତି ଆଉ ୬ ସଦସ୍ୟ । ସୁକେଶୀ ଓରାମ, କଳ୍ପନା ଲେଙ୍କା, ଚନ୍ଦନା ଦାସ, କସ୍ତୁରୀ ମିଶ୍ର, ମନସ୍ମିତା ଖୁଣ୍ଟିଆ, ସୁଜାତା ନାୟକ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ।
ନୂଆ ନିଯୁକ୍ତି ନେଇ ସୋଭନା ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀମତୀ ମହାନ୍ତି କହିଛନ୍ତି, ପଦପାଇଁ ଆଶା କରି ନଥିଲି। କିନ୍ତୁ ଏହା ମିଳିଥିବାରୁ ଖୁସି ଅନୁଭବ କରୁଛି। ରାଜ୍ୟ ସରକାର ଯେଉଁ ଦାୟିତ୍ବ ଦେଇଛନ୍ତି, ତାକୁ ଠିକ୍‌ ଭାବେ ତୁଲାଇବି। ମୖହିଳାଙ୍କୁ ଠିକ ଭାବେ ନ୍ୟାୟ ଦେବାକୁ ଉଦ୍ୟମ କରିବି। ଆମ ସରକାରରେ ମହିଳାଙ୍କୁ ଉଚିତ ନ୍ୟାୟ ମିଳିବ। ମୁଁ ବାଲେଶ୍ବରର ଝିଅ, ନ୍ୟାୟ ପାଇଁ ସବୁବେଳେ ଲଢ଼ିବି। ନିଜ ଦଳ ହୁଅନ୍ତୁ ବା ଅନ୍ୟ କେଉଁ ଦଳର ହୁଅନ୍ତୁ ଦୋଷୀଙ୍କୁ ଛଡ଼ାଯିବ ନାହିଁ।
ଶିଶୁ ସୁରକ୍ଷା ଅଧ୍ୟକ୍ଷ ବବିତା ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, ବିଶ୍ୱାସ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଉଛି।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ଶିଶୁ ଅଧିକାର ଓ ସୁରକ୍ଷା ସୁନିଶ୍ଚିତ ହେବ। ଶିଶୁ ନିର୍ଯାତନା କମାଇବାକୁ ରୋଡ଼ ମ୍ୟାପ କରିବୁ। ବିଭାଗ ସହ ମିଶି ଶିଶୁ ଚାଲାଣ ଓ ଶିଶୁ ଶ୍ରମିକ ରୋକିବୁ। ବିଜେପି ସରକାରରେ ଶିଶୁଙ୍କ କଲ୍ୟାଣ ହେବ। ନାବାଳିକା ଦୁଷ୍କର୍ମ, ଶିଶୁ ନିର୍ଯାତନା ଉପରେ କଠୋର ବ୍ୟବସ୍ଥା କରାଯିବ।

ad-week
Leave A Reply

Your email address will not be published.